କ’ଣ କହୁଛି ଏକଜିଟ୍ ପୋଲ ?

ସବୁଠି ଚାଲିଛି ରାଜନୈତିକ ଉଷ୍ମତା । ଗୁଜୁରାଟ ଓ ହିମାଚଳରେ ସରିଛି ମତଦାନ । କିଏ ହେବ ଜନତାଙ୍କ ପ୍ରତିନିଧି ସେ ନେଇ ଚାଲିଛି ଅଙ୍କକଷା । ତେବେ ଗଣମାଧ୍ୟମର ରିପୋର୍ଟରୁ ସାମ୍ନାକୁ ଆସୁଛି ଏଗ୍ଜିଟ୍ ପୋଲ । ଯେଉଁଥିରେ ବିଜେପିର ପଲ୍ଲା ଭାରି ଥିବା କଥା ସାମ୍ନାକୁ ଆସୁଛି । ଗୁଜୁରାଟ କଥା ଯଦି ଦେଖିବା ତେବେ ରାଜ୍ୟରେ ସିଟ ସଂଖ୍ୟା ରହିଛି ୧୮୨ । ଯେଉଁଠି ହିମାଚଳ ପ୍ରଦେଶରେ ୬୮ଟି ପଦବୀ ପାଇଁ ଲଢୁଛନ୍ତି ପ୍ରାର୍ଥୀ ।
ଆଜି ଗୁଜରାଟରେ ୨ୟ ପର୍ୟ୍ୟାୟ ନିର୍ବାଚନ ଶେଷ ହୋଇଛି । ୨ୟ ପର୍ୟ୍ୟାୟରେ ଗୁଜରାଟରେ ସଂଧ୍ୟା ୫ଟା ସୁଦ୍ଧା ୫୬ ପ୍ରତିଶତ ଭୋଟଦାନ ହୋଇଥିବା ଜଣାପଡ଼ିଛି । ଭୋଟଗ୍ରହଣ ଶେଷ ହେବା ପରେ ବିଭିନ୍ନ ସର୍ଭେ ସଂସ୍ଥା ଦ୍ବାରା କରାଯାଇଥିବା ବୁଥବାହୁଡ଼ା ମତାମତ ବା ଏକଜିଟ୍ ପୋଲ ରିପୋର୍ଟ ଆସିବାରେ ଲାଗିଛି । ନ୍ୟୁଜ୍ ଏକ୍ସର ପୂର୍ବାନୁମାନ ଅନୁସାରେ ଗୁଜରାଟରେ ବିଜେପିକୁ ୧୧୭ରୁ ୧୪୦ଟି ଆସନ ମିଳିବାର ସମ୍ଭାବନା ରହିଥିବାବେଳେ କଂଗ୍ରେସକୁ ୩୪ରୁ ୫୧ଟି ଓ ଆପକୁ ୬-୧୩ଟି ଆସନ ମିଳିବାର ସମ୍ଭାବନା ରହିଛି । ସେହିପରି ରିପବ୍ଲିକର ରିପୋର୍ଟ ଅନୁସାରେ ରାଜ୍ୟରେ ବିଜେପିକୁ ୧୨୮ ର ୧୪୮ ଟି ଓ କଂଗ୍ରେସକୁ ୩୦ରୁ ୪୨ଟି ଆସନ ମିଳିବାର ସମ୍ଭାବନା ରହିଛି । ଆପକୁ ୨ରୁ ୧୦ଟି ଆସନ ମିଳିବାର ସମ୍ଭାବନା ରହିଛି । ଟିଭି-୯ର ପୂର୍ବାନୁମାନ ଅନୁସାରେ ବିଜେପିକୁ ୧୨୫ରୁ ୧୩୦ଟି ଆସନ ମିଳିବାର ସମ୍ଭାବନା ରହିଥିବାବେଳେ କଂଗ୍ରେସକୁ ୪୦ରୁ ୫୦ଟି ଓ ଆପକୁ ୩ରୁ ୫ଟି ଆସନ ମିଳିବାର ସମ୍ଭାବନା ରହିଛି ।ସେହିପରି ରିପବ୍ଲିକର ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବାର ସମ୍ଭାବନା ରହିଛି । ବିଜେପିକୁ ୩୪ର ୩୯ଟି ଓ କଂଗ୍ରେସକୁ ୨୮ରୁ ୩୩ଟି ଆସନ ମିଳିବାର ସମ୍ଭାବନା ରହିଛି । ଜିନ୍ୟୁଜର ରିପୋର୍ଟ ଅନୁସାରେ ହିମାଚଳରେ ବିଜେପିକୁ ୪୪ଟି ଓ କଂଗ୍ରେସକୁ ୨୧ଟି ଆସନ ମିଳିବାର ସମ୍ଭାବନା ରହିଛି । ତେବେ ସବୁ ରିପୋର୍ଟକୁ ଧ୍ୟାନରେ ରଖି ଯେଉଁ ତଥ୍ୟ ସାମ୍ନାକୁ ଆସୁଛି ଯେ, ବିଜେପି ସମସ୍ତଙ୍କୁୁ ପଛରେ ପକାଇ ରେସରେ ଆଗେଇ ଚାଲିଛି । ବିଜେପି ପଛକୁ ରହିଛି କଂଗ୍ରେସ । ଏବଂ ଶେଷରେ ରହିଛି ଆମ୍ ଆଦମୀ ପାର୍ଟି । ତେବେ କିଏ ହେବ ବାଜିଗର ଫଳାଫଳ ପ୍ରକାଶ ପରେ ହିଁ ଜଣା ପଡିବ ।

You May Also Like

More From Author

+ There are no comments

Add yours