ଯାଆଁଳା ଭଉଣୀଙ୍କ ଗୋଟିଏ ବର

ଗୋଟିଏ ମଣ୍ଡପରେ ଦୁଇ ଭଉଣୀଙ୍କ ବାହାଘର । ଦୁହେଁ ଅଲଗା ଅଲଗା ନୁହେଁ, ଜଣଙ୍କୁ ବାଛିଛନ୍ତି ନିଜ ଜୀବନ ସାଥି । ଆମେ ଆଜି ଆପଣଙ୍କୁ କହିବୁ ଏକ ବିଚିତ୍ର ବିବାହ ବିଷୟରେ ।୨ଜଣ ଝିଅକୁ ବିବାହ କରିଛନ୍ତି ଜଣେ ଯୁବକ । ମହାରାଷ୍ଟ୍ରର ସୋଲାପୁରରୁ ଏହି ବିବାହର ଏକ ଭିଡିଓ ଭାଇରାଲ ହୋଇଛି । ବିବାହ କରିଥିବା୨ଝିଅ ହେଉଛନ୍ତି ଯାଆଁଳା ଭଉଣୀ । ସେମାନେ ଜଣେ ଯୁବକଙ୍କୁ ପସନ୍ଦ କରି ଜବୀନସାଥୀ ଭାବେ ବାଛି ବିବାହ କରିଛନ୍ତି । ଆଇଟି ଇଞ୍ଜିନିୟର ଯାଆଁଳା ଭଉଣୀଙ୍କ ଗତ ଶୁକ୍ରବାର ଦିନ ବିବାହ ହୋଇଛି । ଏଭଳି ବିବାହକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିବାହରେ ଉଭୟ ବର ଓ କନ୍ୟାଙ୍କ ପରିବାର ଲୋକ ବେଶ ଖୁସିଅଛନ୍ତି । ସୋସିଆଲ ମିଡିଆରେ ଏହି ବିବାହ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ସେ ଦୁଇ ଭଉଣୀ ହେଉଛନ୍ତି ପିଙ୍କି ଓ ରିଙ୍କି । ସେମାନେ ଦୁହେଁ ଆଇଟି ଇଂଜିନିୟର ଅଟନ୍ତି । ମୁମ୍ବାଇରେ ରହି ଦୁଇଭଉଣୀ କାମ କରୁଛନ୍ତି । ଦୁଇ ଯାଆଁଳା ଭଉଣୀ ଅତୁଲ ନାମକ ଯୁବକକୁ ବିବାହ କରିବାକୁ ସ୍ଥିର କରିଥିଲେ । ଦୁହେଁ ପିଲାଟି ଦିନରୁ ଏକାଠି ମିଶି ରହି ଆସୁଥିବା ବେଳେ ବିବାହ ପରେ ମଧ୍ୟ ଏକାଠି ରହିବାକୁ ସ୍ଥିର କରିଥିଲେ । ଠିକ ଏତି କି ସମୟରେ ଉଭୟଙ୍କ ଜୀବନରେ ଅତୁଲ ନାମକ ଜଣେ ପୁରୁଷ ଆସିଥିଲେ । ଅତୁଲ ମହାରାଷ୍ଟ୍ରର ମାଲସିରାସ ତାଲୁକାର ବାସିନ୍ଦା । ଅତୁଲଙ୍କ ମୁମ୍ବାଇରେ ଟ୍ରାଭେଲ ଏଜେନ୍ସି ରହିଛି । ତେବେ ରିଙ୍କି ଓ ପିଙ୍କି ଙ୍କ ବାପାଙ୍କ ଦେହାନ୍ତ ପରେ ସେମାନେ ତାଙ୍କ ମାଆଙ୍କ ସହିତ ରହୁଥିଲେ । ତାଙ୍କ ମାଆଙ୍କ ଦେହ ଅସୁସ୍ଥ ହୋଇଥିବା ସମୟରେ ସେମାନେ ଅତୁଲଙ୍କ କାର ଭଡାରେ ନେଇଥିଲେ । ଏହି ସମୟରେ ଅତୁଲଙ୍କ ସଂସ୍ପର୍ଶରେ ଦୁଇ ଭଉଣୀ ଆସିଥିଲେ । କିଛିଦିନର କଥାବାର୍ତା ମିଳାମିଶି ପରେ ପିଙ୍କି ଓ ରିଙ୍କି ଅତୁଲଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ । ଏହାପରେ ଅତୁଲ ପିଙ୍କି ଓ ରିଙ୍କିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଘରେ କଥା ପକାଇଥିଲେ । ଅତୁଲଙ୍କ ପରିବାର ଲୋକ ଯାଆଳା ଝିଅଙ୍କ ମାଙ୍କ ସହିତ କଥା ହୋଇ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।ବିବାହକୁ ନେଇ ୩ଜଣ ବେଶ ଖୁସି ଥିବା ଫଟୋରୁ ଜଣା ପଡୁଛି । ଏଭଳି ବିଚିତ୍ର ବିବାହ ଖବର ଜଣାପଡିବା ପରେ ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଯାଆଁଳା ଶିଶୁଙ୍କ ଅଜବ ଚାହିଦାକୁ ନେଇ ସେମାନଙ୍କ ପରିବାର ସହମତି ପ୍ରକାଶ କରିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । ଶୁକ୍ରବାର ଦିନ ମାଲସିରାସ ତହସିଲରେ ଆୟୋଜିତ ହୋଇଥିଲା ଏହି ବିବାହ ଉତ୍ସବ । ଭିଡିଓ ଦେଖି ଅକଲୁଜ ପୋଲିସ ଷ୍ଟେସନରେ ବର ବିରୋଧରେ ଭାରତୀୟ ପେନାଲ କୋଡ ଧାରା୪୯୪ ଅନୁଯାୟୀ ଏକ ଅଜ୍ଞାତ ଅପରାଧ ମାମଲା ପଞ୍ଜୀକୃତ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।ପ୍ରମାଣ ଆଧାରରେ ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଅଭିଯୋଗରେ ଦର୍ଶଯାଇଛି ଯେ ଅତୁଲ ଶୁକ୍ରବାର ରାତି ପ୍ରାୟ ୧୨.୩୦ ସମୟରେ ପ୍ରଥମେ ରିଙ୍କିଙ୍କୁ ବିବାହ କରିଥିଲେ ପରେ ଗାଲାଣ୍ଡେ ହୋଟେଲରେ ରିଙ୍କିକୁ ବିବାହ କରିଥିଲେ । ଜଣେ ବ୍ୟକ୍ତି ଗୋଟିଏ ଥରରେ କେବଳ ଜଣେ ମହିଳାଙ୍କୁ ବିବାହ କରିପାରିବ । ତେବେ ୨ଟି ବିବାହ ଆଇନ ଗତ ନୁହେଁ । ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ହିନ୍ଦୁ ବିବାହ ଆଇନରେ ଦ୍ୱିତୀୟ ବିବାହକୁ ବାରଣ ରହିଛି । ବିବାହ ନିୟମ ଅନୁଯାୟୀ ଯାଂଚ କରିବାକୁ ପଡିବ । କିନ୍ତୁ ଏହି ପ୍ରକାର ବିବାହ ଉପରେ ଆପତି ପ୍ରଥମ ସ୍ତ୍ରୀଠାରୁ ଆସିବାକୁ ପଡିବ । ବିବାହ ସମ୍ବନ୍ଧୀୟ ରୀତିନୀତି ହୋଇଛି କି ନାହିଁ ତାହା ପ୍ରଥମେ ଜାଣିବା ଆବଶ୍ୟକ ବୋଲି ବିଶିଷ୍ଟ ଓକିଲ କହିଛନ୍ତି ।

You May Also Like

More From Author

+ There are no comments

Add yours