ପ୍ରଦୂଷଣ କମାନ୍ତୁ, ବିଶ୍ୱକୁ ସୁରକ୍ଷିତ ରଖନ୍ତୁ

ଦିନକୁ ଦିନ ପ୍ରଦୂଷଣ ସମଗ୍ର ବିଶ୍ୱର ଚିନ୍ତାର କାରଣ ପାଲଟିଛି । ଜନ ଜୀବନ ସଂକଟ ଦେଇ ଗତି କରୁଛି । ଏନେଇ ଲୋକେ ବହୁତ ପ୍ରକାର ରୋଗରେ ସଂକ୍ରମିତ ହେଉଛନ୍ତି । ପ୍ରଦୂଷଣ ଯୋଗୁ ଜୀବନ ଉପରେ ଭରଷା କମି ଗଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ଜନ ସଚେତନ ଉଦ୍ଦେଶ୍ୟରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ ହେଉଛି । ଆସନ୍ତୁ ଜାଣିବା ଏହା ପଛରେ କଣ କାରଣ ରହିଛି । ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ୧୯୮୪ର ଭୋପାଳ ଗ୍ୟାସ ଦୁର୍ଘଟଣା ସହିତ ଜଡିତ । ୨ ଡିସେମ୍ବର ୧୯୮୪ ଭୋପାଳର ଏକ କୀଟନାଶକ କାରଖାନାରୁ ପ୍ରାୟ ୪୫ଟନ୍ ମିଥାଇଲ ଆଇସୋସାଇନେଟ୍ ଲିକ ହୋଇ ଚାରିଆଡେ ବ୍ୟାପିଯାଇ ଥିଲା । ଏହି କାରଣରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇ ଥିଲା । ଏହି ଦୁଃଖ ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସ୍ମୃତିରେ ଏହି ଦିବସ ପାଳନ କରାଯାଏ । ବାୟୁ ପ୍ରଦୂଷଣ, ଶଦ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ, ଓ ମାଟି ପ୍ରଦୂଷଣ ଦ୍ୱାରା ଆମ ଜୀବନ ପ୍ରଭାବିତ ହେଉଛି । ଏହାର ପ୍ରଭାବ ମନୁଷ୍ୟ, ପ୍ରକୃତି ଏବଂ ସମଗ୍ର ବିଶ୍ୱ ଉପରେ ପଡୁଛି । ଏଥିପାଇଁ ପ୍ରତିବର୍ଷ ଡିସେମ୍ବର ୨କୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ଭାବେ ପାଳନ କରାଯାଉଛି । ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ପ୍ରଦୂଷଣରୁ ମୁକ୍ତି ପାଇବା ଏବଂ ଲୋକଙ୍କୁ ଏ ବିଷୟରେ ଅବଗତ କରାଇବା ଯାହା ଦ୍ୱାରା ଆମେ ପ୍ରକୃତିର ରକ୍ଷା କରିପାରିବା । ହୁ’ ଅନୁଯାୟୀ, ପ୍ରବଳ ବାୟୁ ପ୍ରଦୂଷଣ ଏବଂ ଘରୋଇ ବାୟୁ ପ୍ରଦୂଷଣର ମିଳିତ ପ୍ରଭାବ ହେତୁ ପ୍ରତିବର୍ଷ ୭୦ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ହେଉଛି । ଏବଂ ପ୍ରଦୂଷଣ ସ୍ୱାସ୍ଥ୍ୟ ଉପରେ ବ୍ୟାପକ ମାତ୍ରାରେ ପ୍ରଭାବ ପକାଉଛି । ବର୍ତମାନ ପ୍ରଦୂଷଣର ସ୍ତର ଏତେ ବଢି ଯାଇଛି ସମଗ୍ର ବିଶ୍ୱରେ ୧୦ଜଣଙ୍କ ମଧ୍ୟରୁ ୯ଜଣ ସୁରକ୍ଷିତ ବାୟୁ ପାଇପାରୁ ନାହାନ୍ତି । ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ବାୟୁ, ମାଟି ଆଦି ପ୍ରଦୂଷଣ ମୁକ୍ତ ରଖିବାକୁ ଚେଷ୍ଟା କରିବା । ଏହା ଦ୍ୱାରା ଆମ ପରିବେଶ ମଧ୍ୟ ଭଲ ରହିବ

You May Also Like

More From Author

+ There are no comments

Add yours