Wed. Oct 14th, 2026

ନିର୍ବାଚନ ଆୟୋଗ ଗୁଜରାଟ ନିର୍ବାଚନ ପାଇଁ ନଭେମ୍ବର ୩ରେ ତାରିଖ ଘୋଷଣା କରିଥିଲେ। ସେହି ସମୟରେ ମୁଖ୍ୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଥିଲେ ଯେ ରେଡ ଲାଇଟ ଅଞ୍ଚଳରେ ସଚେତନତା ଅଭିଯାନ ଜାରିରହିବ। ତେବେ ଏହା ପରେ ମଧ୍ୟ ଏଭଳି ଗୋଟିଏ ଗାଁ ରହିଥିଲା ଯାହା ସମସ୍ତଙ୍କ ଦୃଷ୍ଚି ଆଢୁଆଳରୁ ବାହାରେ ଥିଲା। ଗୁଜରାଟର ବନାସକାଣ୍ଠାର ଥରାଦ ଅଞ୍ଚଳରେ ଯୌନ କର୍ମୀଙ୍କର ଗାଁ ରହିଛି। ୱାଡିଆ ଗାଁ ଉପରେ ନା ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ପଡିଥିଲା ନା କୌଣସି ରାଜନୈତିକ ଦଳର।
ଏହି ଗାଁର ମୋଟ ଜନସଂଖ୍ୟା ୭ ଶହ। ଏଥିରେ ୫୦ ପରିବାର ଅଛନ୍ତି ଯେଉଁମାନେ ପରମ୍ପରାଗତ ଭାବେ ଦେହ ବ୍ୟବସାୟ ଉପରେ ନିର୍ଭର କରିଥାନ୍ତି। ୱାଡିଆ ଗାଁରେ ଏହି ପରମ୍ପରାକୁ ଶେଷ କରିବା ପାଇଁ ଅନେକ ସାମାଜିକ କର୍ମୀ ଅନେକ ଥର ଚେଷ୍ଟା କରିଥିଲେ ବି ଅସଫଳ ହୋଇଛନ୍ତି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗାଁର ଜଣେ ବ୍ୟକ୍ତି କହିଛନ୍ତି ଏଭଳି ଉଦାସୀନତା କେବଳ ଏହି ଗୋଟିଏ ନିର୍ବାଚନରେ ନୁହେଁ ପୂର୍ବରୁ ମଧ୍ୟ ଅନେକ ନିର୍ବାଚନରେ ଏଭଳିଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବ ନିର୍ବାଚନରେ ଆମକୁ ଉପେକ୍ଷା କରାଯାଇଥିଲା। ଗାଁରେ ଲାଉଡସ୍ପିକର, ଢୋଲ ବଜାଇ ଜୋରଦାର ନାରା ଲଗାଇ ପ୍ରଚାର କରାଯାଏ କିନ୍ତୁ, ପ୍ରତ୍ୟାଶୀ ମାନେ ତାଙ୍କ ଗାଁକୁ ଆସନ୍ତି ନାହିଁ । ଏହି ସମସ୍ତଙ୍କୁ ସରକାରଙ୍କ ସୁବିଧା ମିଳିନାହିଁ କାରଣ ଏମାନଙ୍କ ନାଁ ପଞ୍ଜିକୃତ ହୋଇନାହିଁ। ଏହି ଗାଁକୁ ବର୍ତ୍ତମାନ ସୁଦ୍ଧା ନା ଭଲ।
ଗାଁର ଜଣେ ଶିକ୍ଷକ କୁହନ୍ତି ଏଠି ସ୍କୁଲର ଘର ନାହିଁ। ପିଲାମାନେ ବାହାରେ ବସି ପାଠପଢୁଛନ୍ତି। ସେ କହିଛନ୍ତି ଅସଲ ସମସ୍ୟା ହେଉଛି ମାନସିକତାର। ଜାଣିଶୁଣି ସରକାରୀ ଅଧିକାରୀ ଏହି ଗାଁକୁ କୌଣସି ସୁବିଧା ପ୍ରଦାନ କରୁନାହାନ୍ତି। ଶିକ୍ଷକ ଜଣଙ୍କ ଏହା ମଧ୍ୟ କହିଛନ୍ତି ଯେଉଁମାନେ ଯୌନଚର୍ଯ୍ୟା ପାଇଁ ଆସନ୍ତି ସେମାନେ ସରକାରୀ ଅଧିକାରୀଙ୍କ ପାଖରୁ ଏହି ଗାଁ ବିଷୟରେ ପଚାରି ଥରାଦ-ଧନେରା ରାଜମାର୍ଗରୁ ଏହି ଗାଁକୁ ଆସିଥାନ୍ତି।

Leave a Reply

Your email address will not be published. Required fields are marked *