ଚର୍ଚ୍ଚାରେ କିନ୍ନର ଡାକ୍ତର

ସମାଜରେ ଲିଙ୍ଗଗତ ଭେଦଭାବ ଏକ ବିରାଟ ସମସ୍ୟା । ସାଧାରଣତଃ ପୁରୁଷ ଏବଂ ମହିଳାଙ୍କ ତୁଳନାରେ କିନ୍ନରମାନଙ୍କୁ ନିଚ୍ଚ ଦୃଷ୍ଟିରେ ଦେଖାଯାଇଥାଏ । ଯାହାକୁ ଏବେ ଭୁଲ ପ୍ରମାଣିତ କରିଛନ୍ତି ଦୁଇ କିନ୍ନର । ଭିକ୍ଷା ବୃତି ତଥା ଦେହ ବେପାରକୁ ନ ବାଛି ପେଶାରେ ରୋଗୀ ସେବା କରିବାକୁ ଆଗେଇ ଆସିଛନ୍ତି । ଜୀବନରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଏଡାଇ ସଫଳତାର ସ୍ୱାଦ ଚାଖିଛନ୍ତି ଦୁଇ ଟ୍ରାନ୍ସଜେଣ୍ଡର ଡାକ୍ତର । ତେଲେଙ୍ଗାନାର ପ୍ରଥମ କିନ୍ନର ଡାକ୍ତର ହୋଇ ଇତିହାସ ରଚିଛନ୍ତି । ସେମାନେ ପ୍ରମାଣ କରି ଦେଇଛନ୍ତି ଯେ ଯେଉଁଠାରେ ଇଛା ଶକ୍ତି ଥାଏ ସେଠାରେ ରାସ୍ତା ଆପେ ଆପେ ବାହାରି ଥାଏ । ଉଭୟ ରାଜ୍ୟର ପ୍ରଥମ ଟ୍ରାନ୍ସଜେଣ୍ଡର ଡାକ୍ତର ହୋଇଛନ୍ତି । ପ୍ରାଚୀ ରାଠୋଡ ଏବଂ ରୁଥ ଜନପାଲ ନିକଟରେ ମେଡିକାଲ ଅଧିକାରୀ ଭାବରେ ସରକାରୀ ଉତ୍ସାମିଆ ଜେନେରାଲ ହସ୍ପିଟାଲରେ ନିୟୋଜିତ ହୋଇଛନ୍ତି । ଟ୍ରାନ୍ସଜେଣ୍ଡର ହୋଇଥିବାରୁ ତେଲେଙ୍ଗାନାର ଏକ ସୁପର ସ୍ପେସିଆଲିଟି ହସ୍ପିଟାଲରୁ ପ୍ରାଚୀ ରାଥୋଡଙ୍କୁ ବହିସ୍କୃତ କରାଯାଇଥିଲା । ରାଠୋର ଆଦିଲାବାଦର ଏକ ମେଡିକାଲ ମହାବିଦ୍ୟାଳୟରୁ ୨୦୧୫ ରେ ଏସ.ବି.ବି.ଏସ ର ପାଠ୍ୟକ୍ରମ ଶେଷ କରିଥିଲେ । ପ୍ରାଚୀ ରାଠୋର ସ୍ନାତକୋତର ପଢିବା ପାଇଁ ଦିଲ୍ଲୀ ଯାଇଥିଲେ । କିନ୍ତୁ କିଛି କାରଣରୁ ତାଙ୍କୁ ହାଇଦ୍ରାବାଦ ଫେରିବାକୁ ପଡିଥିଲା । ପରେ ସେ ଏକ ହସ୍ପିଟାଲରେ କାମ କରିବାସହ ମେଡିକାଲ ରେ ଡିପ୍ଲୋମା କରିଥିଲେ । ରାଠୋଡ ୩ ବର୍ଷ ପର୍ଯ୍ୟନ୍ତ ଏକ ସୁପର ସ୍ପେସାଲିଟି ହସ୍ପିଟାଲରେ କାମ କରିଥିଲେ । କିନ୍ତୁ ଲିଙ୍ଗ ଗତ ପାର୍ଥକ୍ୟ ଯୋଗୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମିବା ଭୟରେ ତାଙ୍କୁ ସେହି ହସ୍ପିଟାଲରେ କାମ କରିବାକୁ ମନା କରିଥିଲେ । ପରେ ଏକ ଏନଜିଓ ସହାୟତାରେ ଏନଜିଓ କ୍ଲିନିକରେ ଚାକିରି ମିଳିଥିଲା । ଏହା ପରେ ସେମାନେ ଓସମାନିଆ ହସ୍ପିଟାଲରେ ସରକାରୀ ଚାକିରୀ ପାଇଲେ । ଡାକ୍ତର ପ୍ରାଚୀ ପିଲାଦିନରୁ ହିଁ ମେଡିକାଲ ପଢିବାର ସ୍ୱପ୍ନ ଦେଖିଥିଲେ । କିନ୍ତୁ ଦଶମ ଓ ଏକାଦଶ ପରେ ସେ ଅନ୍ୟଛାତ୍ରମାନଙ୍କ ଦ୍ୱାରା ହେଇଥିବା ନିର୍ଯାତନା ବିରୁଦ୍ଧରେ ଲଢିବା ପାଇଁ ସ୍ଥିର କରିଥିଲେ ।

You May Also Like

More From Author

+ There are no comments

Add yours