Wed. Oct 14th, 2026

ରଣପୁର : ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚାନ୍ଦପୁର ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟର ଜନୈକ ଡାକ୍ତର ଙ୍କ କ୍ୱାଟର ସମୁଖରେ ଘଟିଛି ଅଭାବନୀୟ ଘଟଣା। ମୀରାକଲ ପାଥଲୋଜିକାଲ ଡ଼ାଇଗ୍ନୋଷ୍ଟିକ ଟ୍ରଷ୍ଟର ସଦସ୍ୟ ଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ନେଇ ଚାନ୍ଦପୁର ଥାନାରେ ହୋଇଛି ଲିଖିତ ଅଭିଯୋଗ । ଆଜି ସକାଳ ୧୦ଟା ସମୟରେ ଟ୍ରଷ୍ଟର ମଣ୍ଟୁ ପ୍ରଧାନ ଚାନ୍ଦପୁର ଚିକିତ୍ସାଳୟ ପରିସରରେ ଥିବା ଜନୈକ ଡାକ୍ତରଙ୍କ କ୍ୱାଟରକୁ ଦେଖା ହେବାପାଇଁ ଯାଇଥିଲେ,ସେ ସମୟରେ ଜଣେ ଦଲାଲ ତାଙ୍କୁ ଟଙ୍କା ମାଗିଥିଲେ। ଏ ନେଇ ଉଭୟଙ୍କ ମଧ୍ୟ ରେ କଥା କଟାକଟି ହୋଇଥିଲା, ଏହି ସମୟରେ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଚାନ୍ଦପୁର ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତି କରିଥିଲେ। ଏହି ଘଟଣାକୁ ନେଇ ମିରାକଲ ପାଥଲୋଜିକାଲ ଡାଇଗ୍ନୋଷ୍ଟିକ ଟ୍ରଷ୍ଟ ପକ୍ଷରୁ ଚାନ୍ଦପୁର ଥାନା ରେ ଏତଲା ଦିଆଯିବା ସହ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚାନ୍ଦପୁର ବସନ୍ତମଞ୍ଜରୀ ସାଧାରଣ ଚିକିତ୍ସାଳୟ ପରିସରକୁ ଦଲାଲ ମୁକ୍ତ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *