ଦୀପାବଳୀ ଅମାବାସ୍ୟା । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଏ ପିଣ୍ଡଦାନ । ଏହାସହ କାଉଂରିଆ କାଠି ଜାଳି ଟେକାଯାଏ ବଡବଡୁଆ । ଏବମ କାଳୀ ପୂଜା ଓ ଦୀପଦାନ ମଧ୍ୟ କରାଯାଏ । ଏହାର ପରଦିନ ଅର୍ଥାତ ଅକ୍ଟୋବର ୨୫ରେ ପଡୁଛି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ । ଏହିଦିନ ପାକ ତ୍ୟାଗ ସହ ଦେବ ନୀତି ନିଷେଧ ଥାଏ । ହେଲେ ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟପରାଗକୁ ନେଇ ବିଜ୍ଞାନ ଓ ବିଶ୍ୱାସ କଣ ରହିଛି । ପ୍ରଥମେ ନଜର ପକାଇବା ବିଶ୍ୱାସ ବା ଧର୍ମ ଉପରେ । ସୂର୍ଯ୍ୟପରାଗ କାହାଣୀ ସମୁଦ୍ର ମନ୍ଥନ ସହ ରହିଆସିଛି । କୁହାଯାଏ କି ପ୍ରାଚୀନ କାଳରେ ଦେବତା ଓ ଅସୁରଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ବେଳେ ବାହାରିଥିଲା ଅମୃତ । ଏନେଇ ଦେବତା ଓ ଦାନବଙ୍କ ମଧ୍ୟରେ ଅମୃତ ପାଇବା ପାଇଂ ବିବାଦ ଦେଖାଦେଇଥିଲା । ସବୁ ଏହାକୁ ପାନ କରି ଅମର ହେବାକୁ ଚାହୁଁଥିଲେ । ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ସୁନ୍ଦର ନାରୀ ବା ମୋହିନୀ ଅବତାର ଧାରଣ କରିଥିଲେ । ଏବଂ ଉଭୟଙ୍କ ମଧ୍ୟରେ ଅମୃତ ବାଂଟିବା ପାଇଁ କହିଥିଲେ । କିନ୍ତୁ ଏହି ସମୟରେ ଛଳ କରି ଦେବତାଙ୍କୁ ଅମୃତ ଦେଉଥିଲେ ବିଷ୍ଣୁ । ଆଉ ଏହାକୁ ଜାଣିପାରି ଦେତଙ୍କ ମଧ୍ୟରେ ବସିଯାଇଥିଲା ଏକ ଛଳକପଟ ଦାନବ ରାହୁ । କିନ୍ତୁ ଏହାକୁ ଜାଣି ପାରିଥିଲେ ସୂର୍ଯ୍ୟ ଓ ଚନ୍ଦ୍ର ଭଗବାନ ବିଷ୍ଣୁଙ୍କୁ କହି ଦେଇଥିଲେ । ପରେ ଭଗବାନ ବିଷ୍ଣୁ, ଯିଏକି ମୋହିନୀ ରୂପ ଧାରଣ କରିଥିଲେ ସେ କ୍ରୋଧିତ ହୋଇ ଉଠିଲେ । ତତକ୍ଷଣାତ ସେ ସୁଦର୍ଶନ ଚକ୍ର ଚଲାଇଥିଲେ । ଏହାପରେ ରାହୁ ର ମୁଣ୍ଡ ଶରୀର ଠାରୁ ଅଲଗା ହୋଇଗଲା । କିନ୍ତୁ ଯେହେତୁ ଅମୃତ ବେକ ପର୍ଯ୍ୟନ୍ତ ପହଂଚିଥିଲା ସେଥିପାଇଁ ରାହୁର ମୃତ୍ୟୁ ହୋଇ ନଥିଲା । ଏବଂ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ରହସ୍ୟ ଖୋଲିଦେଇଥିବାରୁ ଶତୃତା ରଖିଥିଲା ରାହୁ । ସମୟ ସମୟରେ ଏହି ଗ୍ରହଙ୍କ ଗ୍ରାସ କରିଥିଏ ରାହୁ । ତେଣୁ ଯେତେବେଳେ ରାହୁ ସୂର୍ଯ୍ୟଙ୍କୁ ଗ୍ରାସ କରେ ତାହାକୁ ସୂର୍ଯ୍ୟ ପରାଗ ବୋଲି କୁହାଯାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ସୂର୍ଯ୍ୟ ପରାଗକୁ ନେଇ ଭିନ୍ନ ମତ ଦେଉଛି ବିଜ୍ଞାନ । ଅହରହ ସୂର୍ଯ୍ୟ ଚାରିପଟେ ଘୁରିଥାନ୍ତି ଚନ୍ଦ୍ର ଓ ପୃଥିବୀ । ଯେତବେଳେ ଏହି ତିନି ଜଣ ଏକ ସରଳ ରେଖାରେ ଅବସ୍ଥାନ କରନ୍ତି ଏବଂ ସୂର୍ଯ୍ୟ ଓ ପୃଥିବୀ ମଝିରେ ଚନ୍ଦ୍ର ଆସେ, ସେତେବେଳେ ସୂର୍ଯ୍ୟ କିରଣ ଆଉ ପୃଥିବୀ ପୃଷ୍ଠରେ ପଡି ପାରେ ନାହିଁ । ତେଣୁ ଏହାକୁ ସୂର୍ଯ୍ୟପରାଗ କୁହାଯାଏ ।
+ There are no comments
Add yours