ଭାରତର ‘ବିରାଟ’ ବିଜୟ; ଏସିଆ କପ୍ ର ବଦଲା ନେଲା ଟିମ ଇଣ୍ଡିଆ

ମେଲବର୍ଣ୍ଣ ମହାମୁକାବିଲାରେ ବାଜି ମାରିଛି ଭାରତ । ଭାରତ-ପାକିସ୍ତାନ ମ୍ୟାଚରେ ବିଜୟରୁ ଟି-୨୦ ୱାର୍ଲ୍ଡକପ ଯାତ୍ରା ଆରମ୍ଭ କରିଛି ଭାରତ । ସୁପର ସଣ୍ଡେରେ ପାକିସ୍ତାନକୁ ହରାଇଛି ଟିମ ଇଣ୍ଡିଆ । ୪ ୱିକେଟରେ ହରାଇଛି ଭାରତ । ମେଲବର୍ଣ୍ଣରେ ଭାରତ- ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ବିରାଟ କୋହଲୀଙ୍କ ଦମଦାର ବ୍ୟାଟିଂରେ ବିଜୟ ଲାଭ କରିଛି ଭାରତ । ୫୩ଟି ବଲରୁ ୬ ଚୌକା ଓ ୪ ଛକା ମାରି ୮୨ ରନ କରିଥିଲେ କିଙ୍ଗ କୋହଲୀ । ଷ୍ଟାଡିଅମରେ ପାଖାପାଖି ୯୦ ହଜାରରୁ ଉର୍ଦ୍ଧ୍ୱ ଦର୍ଶକଙ୍କ ମନ ଜିଣିଲେ କୋହଲୀ । ଅପରାଜିତ ରହି ୮୨ ରନ ଭେଟି ଦେଇଥିଲେ ଦର୍ଶକଙ୍କୁ । ପ୍ରଥମେ ଭାରତ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ପାକିସ୍ତାନ ତା’ର ଦ୍ରୁତ ବ୍ୟାଟ୍ସମାନଙ୍କ ସହ ୨୦ ଓଭରରରେ ୮ଟି ୱିକେଟ ହରାଇ ୧୫୯ ରନ କରିଥିଲା । ଏହା ସହ ଭାରତକୁ ୧୬୦ ରନ କରିବା ପାଇଁ ଟାର୍ଗେଟ ଦେଇଥିଲା । ୬ ୱିକେଟ ହରାଇ ଭାରତ ଜିତିଲା ଏହି ମ୍ୟାଚ । ଶେଷ ବଲରେ ମ୍ୟାଚ ଜିତାଇଲେ ଅଶ୍ୱିନୀ । ଭାରତ ପକ୍ଷରୁ ଲଢିଥିଲେ ଅଶ୍ୱିନୀ, ଭୁବନେଶ୍ୱର କୁମାର, ମହମ୍ମଦ ସାମୀ, ଅର୍ଶଦୀପ ସିଂ, ରୋହିତ ଶର୍ମା, ବିରାଟ କୋହଲୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କାର୍ତିକ ଓ ଅକ୍ଷର ପଟେଲ । ଶେଷ ୩ ଓଭରରେ ୪୮ ରନ ଅକ୍ତିଆର କରିଥିଲା ରୋହିତ ସେନା । ୩୧ ରନରେ ୱିକେଟ ଯାଇଥିବା ସତ୍ୱେ ମଧ୍ୟ ହାର ମାନି ନଥିଲା ଭାରତ । ସେହିପରି ୩୭ବଲରେ ୪୦ ରନ କରିଥିଲେ କୁମ୍ଫୁ ପାଣ୍ଡ୍ୟ ବା ହାର୍ଦ୍ଦିକ ପାଣ୍ଡ୍ୟ । ତେବେ ମେନ ଇନ ବ୍ଲୁ ଙ୍କ ଏହି ଦମଦାର ଇନିଂସ ପାଇଁ ତାଙ୍କୁ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟି ଆସିଛି । ଦେଶ ସାରା ସବୁଠି ଚାଲିଛି ଉତ୍ସବର ମାହୋଲ । ଏଥିରେ ସାମିଲ ଅଛି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଶୁଭେଚ୍ଛା । ବିରାଟ କୋହଲୀଙ୍କ ଦମଦାର ବ୍ୟାଟିଂଙ୍କୁ ନେଇ ପ୍ରଶଂସା କରିଛନ୍ତି ଅମିତ ଶାହ । ସବୁଠି ଦୀପାବଳିର ଉତ୍ସବ ଚାଲିଥିବା ବେଳେ ଭାରତୀୟ କ୍ରିକେଟ ଦଳର ଏହି ରୋମାଂଚକର ବିଜୟ ଦେଶବାସୀଙ୍କୁ ଆହୁରି ଉତ୍ସାହପୂର୍ଣ୍ଣ କରିଦେଇଛି । ସେପଟେ ପୂର୍ବଚନ କ୍ରିକେଟର ବିରେନ୍ଦ୍ର ସେହୱାଗ ଏହାକୁ ଦିୱାଲି ଗିଫ୍ଟ କହି ଏକ ଟ୍ୱିଟ କରିଛନ୍ତି । ଏହାରି ସହ ଟି-୨୦ ୱାର୍ଲ୍ଡକପରେ ପାକିସ୍ତାନକୁ ହରାଇ ଦେଶବାସୀଙ୍କୁ ଦୀପାବଳି ଭେଟି ଦେଇଛି ଟିମ ଇଣ୍ଡିଆ ।

You May Also Like

More From Author

+ There are no comments

Add yours