ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଂ ଡିଭାଇସ; ବଟନ ଚିପିଲେ କଣ୍ଟ୍ରୋଲ ରୁମକୁ ଯିବ ସୂଚନା


ଏଣିକି ସବୁ ଯାତ୍ରୀବାହୀ ଓ ମାଲବାହୀ ଗାଡ଼ିରେ ଲାଗିବ ପ୍ୟାନିକ ବଟନ ଓ ଟ୍ରାକିଂ ଡିଭାଇସ। ଯାତ୍ରୀଙ୍କ ସୁରକ୍ଷା ଦିଗରେ ଆଉ ପାଦେ ଆଗେଇଛନ୍ତି ସରକାର। ସୁରକ୍ଷିତ ଯାତ୍ରା ଦୃଷ୍ଟିରୁ ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ନେବାକୁ ଯାଉଛନ୍ତି।

୨୦୧୮ ମସିହାରେ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଆଧାରରେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତିନି ଚକିଆ ଜାନକୁ ଛାଡ଼ି ଦେଲେ ସବୁ ମାଲବାହୀ ଓ ଯାତ୍ରୀବାହୀ ଗାଡ଼ିରେ ରହିବ ଏହି ବ୍ୟବସ୍ଥା। ନୂଆ ପୁରୁଣା ଗାଡ଼ିରେ ରହିବ ଏହି ବ୍ୟବସ୍ଥା। ଆସନ୍ତା ବର୍ଷ ଜାନୁଆରୀ ୧ରୁ ପଞ୍ଜୀକରଣ ହେଉଥିବା ଗାଡ଼ିରେ ଏହି ଡିଭାଇସ୍ ରହିବ।

୨୦୨୨ ଡିସେମ୍ବର ୩୧ ପୂର୍ବରୁ ପଞ୍ଜୀକରଣ ହୋଇଥିବା ଗାଡ଼ି ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଏହି ଡିଭାଇସ୍ ଲଗାଇବେ। ଏହା ଦ୍ବାରା ଗାଡ଼ିର କେଉଁଠି ଅଛି, କେତେ ବେଗରେ ଯାଉଛି, ଗାଡ଼ି ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା କି ନାହିଁ, ଗାଡ଼ି କେଉଁ ରୁଟରେ ଯାଉଛି ସେ ସବୁ ତଥ୍ୟ ଜାଣି ହେବ। ଗାଡ଼ି ଦୁର୍ଘଟଣା ଗସ୍ତ ହେଲେ କି ଗାଡ଼ିରେ କିଛି ସମସ୍ୟା ବଟନ ଟିପି ସମସ୍ୟା ଜଣାଇପାରିବେ ଯାତ୍ରୀ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ଦ୍ଦେଶ ପାଳନ କରୁଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, କେନ୍ଦ୍ର ସରକାର ପ୍ରଦତ୍ତ ୫୩ଟି ନିୟମରୁ ୪୪ଟି କଡାକଡି ଲାଗୁ ହୋଇଛି। ଅନ୍ୟ ବ୍ୟବସ୍ଥାକୁ ଖୁବଶୀଘ୍ର ଲାଗୁ କରାଯିବ। ୨୦୧୯ ମେ’ ୧୯ରେ ପ୍ରଥମ ଏହି ଯନ୍ତ୍ରକୁ ବ୍ୟବହାର କରାଯାଇଥିଲା।

ଯାତାୟାତ ସମୟରେ କୌଣସି ଯାତ୍ରୀ ଦୁର୍ବ୍ୟବହାରର ଶିକାର ହେଲେ ଏହି ବ୍ୟବସ୍ଥା ମାଧ୍ୟମରେ ଅବଗତ କରିପାରିବେ ଯାତ୍ରୀ। ଖୁବ୍ ଶୀଘ୍ର ଏହାର ଭିତ୍ତିଭୂମିରେ ଉନ୍ନତି କରାଯିବ ସହ କଣ୍ଟ୍ରୋଲ ରୁମ ଦାୟିତ୍ୱ ନେବ ବିଏସ୍ଏନ୍ଏଲ୍। ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଟ୍ରେନରେ ଚେନ୍ ପରି କାମ କରିବ ଏହି ଡିଭାଇସ୍। ଏହା ଦ୍ଵାରା ଗାଡ଼ିର ସବୁ ଗତିବିଧି ଜାଣିହେବ।

କିଛି ସମସ୍ୟା ହେଲେ ଏହି ବଟନ ଚିପିଲେ କଣ୍ଟ୍ରୋଲ ରୁମକୁ ଖବର ଆସିବ। ରାଜ୍ୟ ସରକାର ସବୁବେଳେ ଆଗୁଆ ପଦକ୍ଷେପ ନେଉଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇଛନ୍ତି। ଦିଲ୍ଲୀ ନିର୍ଭୟା ମାମଲା ପରେ କେନ୍ଦ୍ର ସରକାର ପ୍ରତି ଗାଡ଼ିରେ ଟ୍ରକିଂ ଡିଭାଇସ୍ ବ୍ୟବସ୍ଥା କରାଯିବାକୁ ପରିବହନ ଆଇନରେ ସଂଶୋଧନ କରିଥିଲେ। ୨୦୧୮ରୁ ଏହି ବ୍ୟବସ୍ଥା ଅନ୍ୟ ରାଜ୍ୟରେ ଚାଲୁଥିବା ବେଳେ ୨୦୨୩ ଜାନୁଆରୀରୁ ଏହା ଓଡ଼ିଶାରେ ଲାଗୁ ହେବ।

ଯୁଗ୍ମ କମିଶନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି, “୨୦୨୩ ଜାନୁଆରୀ ସୁଦ୍ଧା ପଞ୍ଜୀକରଣ ହେବାକୁ ଥିବା ପ୍ରତ୍ୟେକ ଗାଡ଼ିରେ ଏହି ଡିଭାଇସ ଲାଗିବା ବାଧ୍ୟତାମୂଳକ। ଯେଉଁ ଗାଡ଼ି ଗୁଡିକ ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଞ୍ଜୀକରଣ ହୋଇଥିବ ସେହି ଗାଡିଗୁଡିକ ୨୦୨୩ ମାର୍ଚ୍ଚ ସୁଦ୍ଧା ଏହି ଭିଏଲଟିଡି ଲଗାଇବାକୁ ପରିବହନ ବିଭାଗ ନିର୍ଦ୍ଦେଶ ନାମା ଜାରି କରିଛି।

ତେବେ ଏହି ବ୍ୟବସ୍ଥାରୁ ୩ ଚକିଆ ଓ ଇ-ରିକ୍ସାକୁ ବାଦ୍ ଦିଆଯାଇଛି। ମୂଳତଃ ଯାତ୍ରୀମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକେସନ ଟ୍ରାକିଂ ବ୍ୟବସ୍ଥା ଦ୍ୱାରା ଗାଡିର ଗତିବିଧି ସମ୍ପର୍କରେ ସବିଶେଷ ତଥ୍ୟ କଂଟ୍ରୋଲ ରୁମ ଜରିଆରେ ମିଳିପାରିବ। ପ୍ରତି ଯାତ୍ରୀବାହୀ ଗାଡ଼ିରେ ଅନ୍ୟୁନ ଗୋଟିଏ ପ୍ୟାନିକ ବଟନ ରହିବ। ତେବେ ଖୁବ୍ ଶୀଘ୍ର ଏହାର ଭିତ୍ତିଭୂମିରେ ଉନ୍ନତି କରାଯିବ ସହ ବିଏସଏନଏଲ କଣ୍ଟ୍ରୋଲ ରୁମ ଦାୟିତ୍ୱ ନେବ।

You May Also Like

More From Author

+ There are no comments

Add yours