Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଦିଲ୍ଲୀ:ଆଜି ଦିଲ୍ଲୀ ରାଜ ରାସ୍ତାରେ ଆମ ଆଦମୀ ପାର୍ଟି ବିରୋଧରେ ସ୍ୱର ଉତ୍ତୋଳନ କରିଛି ମହାରଣା ପ୍ରତାପ ସେନା।ମହାରଣା ପ୍ରତାପ ସେନା ରାଷ୍ଟ୍ରୀୟ ଅଧକ୍ଷ ଏବଂ ନିଶା ମୁକ୍ତ ସମାଜ ଆନ୍ଦୋଳନ ଅଭିଯାନ କୌଶଳର ଦିଲ୍ଲୀ ପ୍ରଦେଶ ସଂଯୋଜକ ରାଜବର୍ଦ୍ଧନ ସିଂହ ପରମାର କାଲିକାଜି ମନ୍ଦିରରେ ପହଞ୍ଚି ସେଠାରେ ମା କାଳୀଙ୍କ ଦର୍ଶନ କରି ଜନଜାଗରଣ ଯାତ୍ରା ଆରମ୍ଭ କରିଛନ୍ତି।ସୂଚନା ଅନୁସାରେ ମହାରଣା ପ୍ରତାପ ସେନାର ରାଷ୍ଟ୍ରୀୟ ଅଧକ୍ଷ ଏବଂ ନିଶା ମୁକ୍ତ ସମାଜ ଆନ୍ଦୋଳନ ଅଭିଯାନ କୌଶଳର ଦିଲ୍ଲୀ ପ୍ରଦେଶ ସଂଯୋଜକ ରାଜବର୍ଦ୍ଧନ ସିଂହ ପରମାର ପୂର୍ବ ଦିଲ୍ଲୀର ୧୦ ବିଧାନସଭା ଆସନରେ ୧୦ ଏପ୍ରିଲ ପର୍ଯ୍ୟନ୍ତ ଜନଜାଗରଣ ଯାତ୍ରା ଚାଲିବ।ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ପରମାର କହିଛନ୍ତି ଯେ ଏହି ଜନଜାଗରଣ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଶାସକ୍ତ ଥିବା ଲୋକମାନଙ୍କୁ ନିଶାମୁକ୍ତ କରିବା,ପୂଜା କରୁଥିବା ବ୍ରାହ୍ମଣ ମାନଙ୍କୁ ଦିଲ୍ଲୀ ସରକାର ଦ୍ବାରା ସେମାନଙ୍କ ପାଇଁ ନିର୍ଦ୍ଧିଷ୍ଟ ଦରମା ସ୍ଥିର କରିବା,ସମାନଅଧିକାର ପାଇବା ପାଇଁ ସମାନତା ବୋର୍ଡ ଗଠନ କରିବା,ବସ୍ତି ଝୁମ୍ପୁଡି ଘରେ ରହୁଥିବା ଲୋକମାନଙ୍କ ପାଇଁ ପକା ଘର ଯୋଗାଇଦେବା,ଦିଲ୍ଲୀରେ ପିଇବା ଜଳରେ ସୁବିଧା କରିବା, ଏବଂ ନିଶାମୁକ୍ତ ଦିଲ୍ଲୀ ଏବଂ ନିଶାମୁକ୍ତ ଭାରତ ଆଦିର ଡାକରା ଦେଇ ଏହି ଜନଜାଗରଣ ଯାତ୍ରା ଏମ ମାସ ପର୍ଯ୍ୟନ୍ତ ଚାଲୁ ରହିବ।ଦିଲ୍ଲୀ ସରକାରଙ୍କୁ କଡା ସଚେତନ କରିବା ପାଇଁ ଏହା ଏହି ଜନଜାଗରଣ ତୀଵ୍ର ଆନ୍ଦୋଳନ କରିବ ବୋଲି ରାଜବର୍ଦ୍ଧନ ସିଂହ ପରମାର କହିଛନ୍ତି।

By

Leave a Reply

Your email address will not be published. Required fields are marked *