Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ପ୍ରଥମ ଜିଲ୍ଳାସ୍ତରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର ରେ ଦୀର୍ଘ ଦିନ ଧରି ପଡିରହିଥିବା ଗୋଟିଏ ମାମଲା ଓ ରାଜସ ସମ୍ବନ୍ଧିତ ୨୭୨୯ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ.୧୬,୭୮,୯୨୬( ଷୋହଳ ଲକ୍ଷ ଅଠସ୍ତରୀ ହଜାର ନଅ ଶହ ଛବିଶ) ଟଙ୍କା ଆଦାୟ ହୋଇଛି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାଏକ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ପରିଚାଳନା କରିଥିଲେ l ଏଥିରେ ରାୟଗଡା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର ର ବିଚାରପତି ମାନେ ଯୋଗଦେଇଥିଲେ l ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ l

By

Leave a Reply

Your email address will not be published. Required fields are marked *