Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଦେଶର ପ୍ରସିଦ୍ଧ ଓୟୋ ହୋଟେଲ ରୁମର ପ୍ରତିଷ୍ଠାତା ତଥା ଓଡ଼ିଶାର ରାୟଗଡ଼ା ଜିଲା ବିଷମ କଟକର ରିତେଶ ଅଗ୍ରୱାଲଙ୍କ ପିତା ରମେଶ ଅଗ୍ରୱାଲଙ୍କର ଶୁକ୍ରବାର ଦିନ ପରଲୋକ ଘଟିଛି। ସୂଚନା ଅନୁସାରେ ,ଗୁରୁଗ୍ରାମ ସ୍ଥିତ ଏକ ବିଲ୍ଡିଂଗର ୨୦ ମହଲାରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଛି।ଦିନ ପ୍ରାୟ ୧ ଟା ସମୟରେ ପୁଲିସ ଡିଏଲଏଫ ସୁରକ୍ଷା ଟିମ ପକ୍ଷରୁ ସୂଚନା ମିଳିଥିଲା ଯେ,ଗୁରୁଗ୍ରାମର ସେକ୍ଟର ୫୪ ସ୍ଥିତ ଡିଏଲଏଫର ଦି କ୍ରେଷ୍ଟ ସୋସାଇଟର ୨୦ ମହଲାରୁ ଜଣେ ବ୍ୟକ୍ତି ଖସି ପଡିଛନ୍ତି।ପରେ ସେହି ବ୍ୟକ୍ତିଙ୍କୁ ପାରସ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।ପରେ ଏହା ଜଣାପଡିଥିଲା ଯେ ବ୍ୟକ୍ତି ଜଣଙ୍କ ଓୟୋ ହୋଟେଲ ରୁମ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ପିତା।





By

Leave a Reply

Your email address will not be published. Required fields are marked *