Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳାରେ ଉଇକେଟ ହାସଲ କରିବାରେ ପୂର୍ବତନ ଭାରତୀୟ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେଙ୍କୁ ପଛରେ ପକାଇଛନ୍ତି ରବିନଚନ୍ଦ୍ର ଅଶ୍ୱିନ।କୁମ୍ବଲେ ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାରେ ୧୧୧ଟି ଉଇକେଟ ନେଇଥିବାବେଳେ ଅଶ୍ୱିନୀ ୧୧୩ ଟି ଉଇକେଟ ନେଇ ତାଙ୍କ ପଛରେ ପକାଇଛନ୍ତି।ଅହମଦାବାଦରେ ଚାଲିଥିବା ଚଳିତ ଶୃଙ୍ଖଳାର ଅନ୍ତିମ ଟେଷ୍ଟରେ ଅଶ୍ୱିନୀ ଏହି ରେକର୍ଡ ଅତିକ୍ରମ କରିଛନ୍ତି।ଅଶ୍ୱିନୀ ପ୍ରଥମ ଇନିଂସରେ ୬ ଟି ଉଇକେଟ ନେବା ପରେ କୁମ୍ବଲେଙ୍କ ରେକର୍ଡ ଅତିକ୍ରମ କରିଥିଲେ।ଅନ୍ୟପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିରେ ସର୍ବାଧିକ ଉଇକେଟ ନେବାରେ ଅଷ୍ଟ୍ରେଲିଆ ସ୍ପିନର ନାଥନ ଲାୟନ ଓ ଅଶ୍ୱିନ ଯୁଗ୍ମ ଭାବେ ଶୀର୍ଷ ସ୍ଥାନରେ ବର୍ତ୍ତମାନ ରହିଛନ୍ତି।ଅଶ୍ୱିନ ଓ ଲାୟନ ମିଳିତ ଭାବେ ୧୧୩ ଟି ଲେଖାଏଁ ଉଇକେଟ ନେଇ ଆଗରେ ରହିଛନ୍ତି।ସେହିପରି ଅଶ୍ୱିନ ଘରୋଇ ଗ୍ରାଉଣ୍ଡରେ ଟେଷ୍ଟରେ ୨୬ ଥର ପାଇଁ ଗୋଟିଏ ଇନିଂସରେ ୫ଟି ଉଇକେଟ ହାସଲ କରିଛନ୍ତି।ଯାହା ଭାରତ ପାଇଁ ସର୍ବାଧିକ।କୁମ୍ବଲେ ଟେଷ୍ଟ କ୍ରିକେଟରେ ଘରୋଇ ଗ୍ରାଉଣ୍ଡରେ ୨୫ ଥର ପାଇଁ ଗୋଟିଏ ଇନିଂସରେ ୫ ଟି ଉଇକେଟ ହାସଲ କରିଥିଲେ।

By

Leave a Reply

Your email address will not be published. Required fields are marked *