Wed. Oct 14th, 2026

ସାଧାରଣତଃ ମୁଣ୍ଡବିନ୍ଧା ହେଲେ ଆମକୁ ବିରକ୍ତ ଲାଗିଥାଏ। ପାଚନ ପ୍ରଣାଳୀ ଓ ଯକୃତ ଅବ୍ୟବସ୍ଥା ଏହାର ମୁଖ୍ୟ କାରଣ । ମୁଣ ବିନ୍ଧା ଦୃଷ୍ଟିଶକ୍ତିରେ ଦୋଷ, ସାଇନସ୍ ପ୍ରଦାହ, ଅନିଦ୍ରା, ଭୂତାଣୁ ସଂକ୍ରମଣ, ହାଇ ବ୍ଲଡ୍ ପ୍ରେସର, ଅଜୀର୍ଣ୍ଣ, ମଳବଦ୍ଧତା, ମସ୍ତିଷ୍କରେ ଟ୍ୟୁମର, କ୍ଳାନ୍ତତା, ଭାବନାଗତ ଉତ୍ତେଜନା, ଅଧିକ ଭ୍ରମଣ, ନିମ୍ନ ବ୍ଲଡ ସୁଗାର ପରି ରୋଗ ଦ୍ବାରା ହୋଇଥାଏ। ମୁଣ୍ଡବ୍ୟଥା ଭଳି ବାରମ୍ବାର ତୀବ୍ର ଅଧାକପାଳ ମୁଣ୍ଡବିନ୍ଧାକୁ ମାଇଗ୍ରେନ୍ କୁହାଯାଏ । ବେଳେ ବେଳେ ଉଜ୍ଜ୍ୱଳ ଆଲୋକ ଓ
ଗର୍ଭନିରୋଧକ ବଟିକା ସେବନ ଦ୍ୱାରା ଏହି ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଉପଶମ ପାଇଁ କିଛି ଘରୋଇ ଉପଚାର ରହିଛି ।
– ସାଧାରଣତଃ ପେଟସଫା ନ ହେଲେ ମୁଣ୍ଡ ବିନ୍ଧା ହୋଇଥାଏ। ତେଣୁ ଉଷୁମ ପାଣିରେ ଏନିମୋ ନେଇହେବ। ଏହା ସହ ମଳବଦ୍ଧତା ସମ୍ପର୍କିତ ଜୀବନଚର୍ଯ୍ୟା ପାଳନ କରିବା ଉଚିତ୍।
– ଖାଦ୍ୟ ହଜମ ଏକ ଜରୁରୀ କାର୍ଯ୳। ଖାଦ୍ୟ ଅଜୀର୍ଣ୍ଣ ହେଲେ ମଧ୍ୟ ମୁଣ୍ଡବ୍ୟଥା ହୁଏ। ତେଣୁ ସୂର୍ଯ୍ୟାସ୍ତ ପୂର୍ବରୁ ସାନ୍ଧ୍ୟ ଭୋଜନ ସମାପ୍ତ କରିବା ଉଚିତ। କାରଣ ପେଟ ଭାରି ହେଲେ ମୁଣ୍ଡ ଭାରୀ ହୋଇଥାଏ।
– ପ୍ରଚୁର ପରିମାଣରେ ଉଷ୍ମ ଜଳପାନ, ବେକରେ ଉଷୁମ ପାଣିପଟି ଏକ ଭଲ ଉପାୟ
– ଗରିଷ୍ଠ ଭୋଜନ, ଚକୋଲେଟ, ଦୁଗ୍ଧଜାତ ଦ୍ରବ୍ୟ, ସାଇଟ୍ରସ ଫଳ, ଚିନି, ଚା, କଫି ବର୍ଜନ
– ଶୋଇବା ପୂର୍ବରୁ ଏକ ଚାମଚ ତ୍ରିଫଳା ପାଉଡର ଏକ କପ୍ ଉଷୁମ କ୍ଷୀର ସହ ଆବଶ୳କ


– ପ୍ରାତଃ ଭୋଜନରେ ଫଳାହାର, ମଧ୍ୟାହ୍ନରେ ଅକାଣ୍ଡିଆ ଚାଉଳ ଭାତ ବା ଚୋକଡ ରୁଟି ସହ ସିଝା ତରକାରୀ, ବଟର୍ ମିଲ୍କ, ସନ୍ଧ୍ୟାରେ କାକୁଡି, ଗାଜର, ବିଟ୍ ବିଲାତି ସାଲାଡ୍ , ସେଓ ଓ ସିଝା ପରିବା ଖାଇବା ହଜମ ପାଇଁ ସହାୟକ ହୋଇଥାଏ।
– ତୁଳସୀ ମଞ୍ଜିକୁ ଛାଇରେ ଶୁଖାଇ, ଗୁଣ୍ଡ କରି ମହୁ ସହ ଖାଇଲେ ମୁଣ୍ଡ ବିନ୍ଧା ହୁଏନାହିଁ।
– ମନକୁ ଶାନ୍ତ ରଖିବା, ଉଦବେଗ, ଉତ୍ତେଜନାରୁ ଦୂରରେ ରହିବା, ପ୍ରଚୁର ବିଶ୍ରାମ ନେବା
– ଆକ୍ୟୁପ୍ରେସର, ପ୍ରାତଃ ଭ୍ରମଣ, ପଶ୍ଚିମୋତ୍ତାନାସନ, ଦଳାସନ, ସର୍ବାଙ୍ଗାସନ, ଶୀର୍ଷାସନ, ପ୍ରାଣାୟାମ୍ ଓ ଶିବାସନ, ଧ୍ୟାନ
– ଲେମ୍ବୁ, ଅଳେଇଚ,ଡାଲଚିନି, ଗୋଲାପର ସୁଗନ୍ଧ ନେବା ଏକ ଭଲ ଉପାୟ।

Leave a Reply

Your email address will not be published. Required fields are marked *