ସୁସ୍ଥ ରହିବାକୁ ସାଲାଡ୍ ଖାଆନ୍ତୁ

ଦିନକୁ ଦିନ ଲୋକଙ୍କ ଖାଦ୍ୟଶୈଳୀରେ ପରିବର୍ତ୍ତନ ହେବାରୁ ଶରୀର ବିଗିଡ଼ିବାରେ ଲାଗେ । ପୁଣି ସେଥିରୁ ମୁକ୍ତି ପାଇବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବାକୁ ପଡ଼େ । ସେହିଭଳି ଏକ ଖାଦ୍ୟ ହେଉଛି ସାଲାଡ୍ । ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ସହ ଲୋକମାନେ ସାଲାଡ୍ ଖାଇଥାନ୍ତି । ଆଉ ସାଲାଡ଼୍ରେ ଲୋକମାନେ କାକୁଡ଼ିକୁ ଅଧିକ ମାତ୍ରାରେ ଖାଇଥାନ୍ତି । କାକୁଡ଼ିରେ ଭିଟାମିନ୍ K, ଭିଟାମିନ C,କପର,ମ୍ୟାଗ୍ନେସିୟମ,ପୋଟାସିୟମ,ମାଙ୍ଗାନିଜ୍ ଆଦି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି? କାକୁଡ଼ି ଖାଇବା ପରେ ପାଣି ପିଇବା ଶରୀର ପାଇଁ କେତେ କ୍ଷତିକାରକ ।
କାକୁଡ଼ି ଖାଇବା ଶରୀର ପାଇଁ ଯେତେ ଲାଭଦାୟକ କାକୁଡ଼ି ଖାଇ ସାରି ପାଣି ପିଇବା ଶରୀର ପାଇଁ ସେତେ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କାକୁଡ଼ି ଖାଇବା ପରେ ପାଣି ପିଇଲେ କେଉଁ ସବୁ ଶାରୀରିକ ସମସ୍ୟା ଦେଖା ଯାଇଥାଏ ।

କାକୁଡ଼ିରେ ୯୫ପ୍ରତିଶତ ପାଣି ଏବଂ ଅନ୍ୟ ପୋଷକ ତତ୍ତ୍ୱ ରହିଥାଏ । କାକୁଡ଼ି ଖାଇ ସାରି ପାଣି ପିଇଲେ ଶରୀରକୁ କାକୁଡ଼ିର ପୋଷକ ତତ୍ତ୍ୱ ମିଳି ପାରି ନ ଥାଏ ।
ଖାଦ୍ୟକୁ ହଜମ କରିବା ପାଇଁ ଶରୀରକୁ ପିଏଚ୍ ସ୍ତରର ଅବଶ୍ୟକତା ହୋଇଥାଏ । କିନ୍ତୁ ଖାଦ୍ୟରେ କାକୁଡ଼ି ଖାଇବାର ତୁରନ୍ତ ପରେ ପାଣି ପିଇଲେ ପିଏଚ୍ ସ୍ତର ଦୁର୍ବଳ ହୋଇ ଯାଇଥାଏ । ଫଳରେ ଖାଦ୍ୟକୁ ହଜମ କରୁଥିବା ଏସିଡ଼୍ ଠିକ୍ ଭାବରେ କାମ କରି ପାରି ନଥାଏ ।
କାକୁଡ଼ି ଖାଇଲେ ପେଟଜନିତ ସମସ୍ୟା ଦୂର ହେବା ସହ ଖାଦ୍ୟ ହଜମ ହୋଇଥାଏ । କିନ୍ତୁ କାକୁଡ଼ି ଖାଇ ସାରି ପାଣି ପିଇଲେ ଡ଼ାଇରିଆ ହେବାର ସମ୍ଭାବନା ବଢ଼ି ଯାଇଥାଏ । ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ କାକୁଡ଼ି ଖାଇବାର ୨୦ମିନିଟ୍ ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ

You May Also Like

More From Author

+ There are no comments

Add yours