କୋଭିଡର ନୂଆ ଭାରିଆଂଟ, ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ

କରୋନା ଫେରିବା ଖବର ଏବେ ସମସ୍ତଙ୍କୁ ଚିନ୍ତାରେ ପକା । ତେବେ ଆତଙ୍କିତ ହେବାକୁ ନୁହେଁ, ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କୋଭିଡ ନୂଆ ସବ ଭାରିଆଣ୍ଟକୁ ନେଇ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆତଙ୍କିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଏବେ ଶୀତ ଓ ପାର୍ବଣ ଋତୁ ଚାଲୁଥିବାରୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକାଠି ହୋଇ କାମ କରିବାର ସମୟ ଆସିଛି । ହସ୍ପିଟାଲରେ ମକଡ୍ରିଲ କରିବା ପାଇଁ କୁହାଯାଇଛି । ପ୍ରତି ତିନି ମାସରେ ଥରେ ସବୁ ହସ୍ପିଟାଲରେ ମକଡ୍ରିଲ କରାଯାଉ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟସେବାକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ମନସୁଖ ମାଣ୍ଡବ୍ୟ । କୋଭିଡର ନୂଆ ଭାରିଆଂଟ ଯୋଗୁ କେରଳ ପରେ ଗୋଆ ଏବଂ ମହାରାଷ୍ଟ୍ରରୁ ଆକ୍ରାନ୍ତ ଚିହ୍ନ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦୁନିଆରୁ ସମ୍ପୂର୍ଣ୍ଣଭାବେ ଯାଇନି କୋଭିଡ୍ । ଆମେରିକା, ସିଙ୍ଗାପୁର, ଇଣ୍ଡୋନେସିଆ, ଚୀନ, ମାଲେସିୟାରେ ସପ୍ତାହକ ମଧ୍ୟରେ ଦ୍ୱିଗୁଣା ହୋଇଛି ସଂକ୍ରମଣ । ଏହା ପଛରେ ଜେ-ଏନ-ଡଟୱାନ ସବଭାରିଆଂଟ ଥିବା କୁହାଯାଉଛି ।

You May Also Like

More From Author

+ There are no comments

Add yours