Wed. Oct 14th, 2026

ଲୋକସଭାରେ ବଡ଼ ଧରଣର ସୁରକ୍ଷା ତ୍ରୁଟି ଦେଖାଦେଇଛି। ଆଜି ସଂସଦର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନର ଗୃହକାର୍ଯ୍ୟ ଚାଲିଥିବା ବେଳେ ହଠାତ ଦର୍ଶକ ଗ୍ୟାଲେରୀରୁ ସଂସଦ ଭିତରକୁ ଦୁଇ ଯୁବକ ଡେଇଁ ପଡିଥିଲେ। ଦୁଇ ଯୁବକ ଗୃହ ଭିତରକୁ ଡେଇଁପଡିବା ପରେ ତାଙ୍କ ଜୋତାରୁ ହଳଦିଆ ରଙ୍ଗର ପାଉଚ୍‌ ବାହାର କରିଥିଲେ। ଏଥିରୁ ଧୁଆଁ ଭଳି କିଛି ସାମଗ୍ରୀ ବାହାରିଥିଲା।

ତେବେ ତୁରନ୍ତ ଲୋକସଭାର ସୁରକ୍ଷାକର୍ମୀ ସେହି ଦୁଇ ଯୁବକଙ୍କୁ କାବୁ କରିଛନ୍ତି। ତେବେ ଏହି ଦୁଇ ଜଣ ଯୁବକ କିଏ? କଣ ପାଇଁ ସେମାନେ ଦର୍ଶକ ଗ୍ୟାଲେରୀରୁ ସଂସଦ ଭିତରକୁ ଅଧିବେଶନ ଚାଲିଥିବାବେଳେ ଡେଇଁଲେ, ତାହା ଜଣାପଡିନାହିଁ। ଲୋକସଭାରେ ଏପରି ସ୍ଥିତି ପରେ ୨ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବି କରିଛନ୍ତି ବାଚସ୍ପତି। ଏବେ ଦୁଇ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଥିବା ବେଳେ, ସେମାନେ କଣ ପାଇଁ ଏପରି କରିଛନ୍ତି, ଆଉ କିଏ ସେହି ଯୁବକ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *