Thu. Oct 15th, 2026

ଆତଙ୍କବାଦ ବିପକ୍ଷରେ ଲଢିବାକୁ ପ୍ରସ୍ତୁତ ହେଉଛି ଭାରତ। ପ୍ରଥମ ଥର ପାଇଁ ଆତଙ୍କବାଦ ଉପରେ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରିବାକୁ ଯାଉଛି। ଚୀନ୍, ଋଷ ଏବଂ ଆମେରିକା ସମେତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ୧୫ ଟି ଦେଶର କୂଟନୀତିଜ୍ଞ ଏବଂ ଅଧିକାରୀ ଏଥିରେ ସାମିଲ ହେବେ। ଅକ୍ଟୋବରରେ ଦିଲ୍ଲୀ ଏବଂ ମୁମ୍ବାଇରେ ଏହି ଆୟୋଜନ କରାଯିବ।

ୟୁଏନଏସସିର ସଦସ୍ୟ ଭାବରେ ୨୦୨୨ ମସିହାରେ ଭାରତ ଅଧ୍ୟକ୍ଷତା କରୁଥିବା କାଉଣ୍ଟର-ଟେରରିଜିମ୍ କମିଟି (ସିଟିସି) ର ବୈଠକରେ ଆତଙ୍କବାଦ ଆର୍ଥିକ ସହାୟତା, ସାଇବର ଥ୍ରେଟ୍ ଏବଂ ଡ୍ରୋନ୍ ବ୍ୟବହାର ଭଳି ଆହ୍ବାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। ଏହି ସଭାରେ ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ସୀମାବର୍ତ୍ତୀ ଧମକ ଉପରେ ଚର୍ଚ୍ଚା କରାଯିବ ବୋଲି ଆଶା କରାଯାଉଛି। ଯାହା ୟୁଏନଏସସି (୨୦୨୧-୨୨) ର ନିର୍ବାଚିତ ସଦସ୍ୟ ଭାବରେ କାର୍ଯ୍ୟକାଳ ଶେଷ ହେବାର ଦୁଇ ମାସ ପୂର୍ବରୁ ଆସିବ।


କେବଳ ଏତିକି ନୁହେଁ, ଏଥିସହ ଭାରତ ମିଳିତ ଜାତିସଂଘର ସଦସ୍ୟମାନଙ୍କୁ ଆନ୍ତର୍ଜାତୀୟ ଆତଙ୍କବାଦ ଉପରେ ଏକ ବ୍ୟାପକ ସମ୍ମିଳନୀ (୧୯୯୬ ରେ ପ୍ରଥମେ ପ୍ରସ୍ତାବିତ) ଗ୍ରହଣ କରିବାକୁ ଦାବି କରୁଛି, ଯାହା ବୈଠକରେ ଉଠାଯିବାର ସମ୍ଭାବନା ରହିଛି। ଏହି ଯୋଜନାରେ ଆତଙ୍କବାଦର ଶିକାର ତଥା ବିଶ୍ବ ଆତଙ୍କବାଦ ବିରୋଧୀ ପ୍ରୟାସର ଅଗ୍ରଭାଗରେ ଥିବା ଦେଶ ଭାବରେ ଭାରତର ଭୂମିକା ପ୍ରଦର୍ଶନ କରାଯିବ ବୋଲି ଏହି ଯୋଜନାରେ ସମ୍ପୃକ୍ତ ଜଣେ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *