ରାଜ୍ୟରେ ମାର୍ଚ୍ଚ ପହିଲାରୁ ପ୍ରବଳ ଖରା

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ପହିଲାରୁ ରାଜ୍ୟରେ ପ୍ରବଳ ଖରା । ଗତ କିଛି ଦିନ ହେଲା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତାତିରୁ ଏହାର ସ୍ପଷ୍ଟ ସଂକେତ ମିଳି ସାରିଲାଣି। ଶୁକ୍ରବାର ଦିନ ମାଲକାନଗିରି ଓ ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୮ଡିଗ୍ରି ରେକର୍ଡ ହୋଇଛି। ସକାଳୁ ସୂର୍ଯ୍ୟଙ୍କ ତାପ ଖୁବ୍‌ ଅଧିକ ଥିଲା। ଭୁବନେଶ୍ବରରେ ଅପରାହ୍‌ଣ ସାଢ଼େ ୨ଟା ସୁଦ୍ଧା ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ଛୁଇଁ ଯାଇଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟ ଓ ରାଜଧାନୀରେ ଏଭଳି ତାତି ଜାରି ରହିବ।

ଓଡ଼ିଶା ଉପକୂଳ ନିକଟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ହେତୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିଛି ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡିଗ୍ରି ଯାଏ ଅଧିକ ରହିପାରେ। ମାର୍ଚ୍ଚ ପହିଲାରୁ ଅନେକ ସ୍ଥାନର ତାପମାତ୍ରା ଏକାବେଳକେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

You May Also Like

More From Author

+ There are no comments

Add yours