ଋତୁସ୍ରାବ ବେଳେ ଛୁଟି ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ଶବ୍ଦ ଓଡିଶା ବ୍ୟୁରୋ: ସୁପ୍ରିମକୋର୍ଟ ଏକ ଜନହିତ ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଆବେଦନକାରୀ ଆବେଦନ କରିଥିଲେ କି କାର୍ଯ୍ୟରତ ମହିଳା ଓ ଛାତ୍ରୀମାନଙ୍କୁ ମାସିକ ଋତୁସ୍ରାବ ସମୟରେ ସେମାନେ କାମ କରୁଥିବା କମ୍ପାନୀ, ସରକାର କିମ୍ବା ଶିକ୍ଷାନୁଷ୍ଠାନ ସେମାନଙ୍କୁ ଛୁଟି ପ୍ରଦାନ କରନ୍ତୁ । ଏନେଇ ସୁପ୍ରିମକୋର୍ଟ ଦେଶର ସମସ୍ତ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନ କରାଯାଇଥିଲା ।
ଏହା ସରକାରଙ୍କ ନୀତିଗତ ମୁଦ୍ଦା ବୋଲି ଅନୁଭବ କରି ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡଙ୍କ ଅଧ୍ୟକ୍ଷତା ପୀଠ କହିଛନ୍ତି କି, ଏହା ଉପରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ମହିଳା ଓ ବାଲ ବିକାଶ ମନ୍ତ୍ରଣାଳୟକୁ ଏକ ପ୍ରତିନିଧିତ୍ୱ ଦିଆଯାଇପାରେ । ସେପଟେ ମୁଖ୍ୟ ବିଚାରପତି ଆଂଶକା କରିଛନ୍ତି କି ଏଭଳି ଛୁଟିକୁ ବାଧ୍ୟତାମୂଳକ କରାଗଲେ ହୁଏତ ଲୋକମାନେ ମହିଳାମାନଙ୍କୁ ଚାକିରି ଦେବାକୁ ପଛଘୁଞ୍ଚା ଦେଇପାରନ୍ତି ।
ଓକିଲ ଢେଳେନ୍ଦ୍ରମଣି ତ୍ରିପାଠୀଙ୍କୁ ଦ୍ୱାରା କରାଯାଇଥିବା ଏହି ଆବେଦନରେ ସୁପ୍ରିମକୋର୍ଟ ରାଜ୍ୟ ସରକାରମାନଙ୍କୁ ମହିଳାଙ୍କ ମାସିକ ଧର୍ମ ସମସୟରେ ଛୁଟି ପାଇଁ ନିୟମ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଥିଲା । ଏହି ଆବେଦନ ମାତୃତ୍ୱ ଲାଭ ଅଧିନିୟମ ୧୯୬୧ର ଧାରା ୧୪କୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ଅନୁରୋଧ କରାଯାଇଥିଲା । ଆବେଦନରେ କାର୍ଯ୍ୟରତ ମହିଳା ଓ ଛାତ୍ରୀଙ୍କୁ ମାସିକ ଧର୍ମ ସମୟରେ ଛୁଟି ପ୍ରଦାନ କରିବାକୁ ଏକ ଆଇନ ପ୍ରଣୟନ କରିବା ନେଇ ଆବେଦନ କରାଯାଇଥିଲା ।

You May Also Like

More From Author

+ There are no comments

Add yours