ଶବ୍ଦମିଡ଼ିଆ ବ୍ୟୁରୋ:ଆଜି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ।ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଶ୍ରୀ ଲିଙ୍ଗରାଜଙ୍କ ଦିଅଁଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନୀତି କାନ୍ତି ପାଳନ ହେବାକୁ ଯାଉଛି।ଯାହାଫଳରେ ଉଭୟ ସେବାୟତ ଓ ଶ୍ରଦ୍ଧାୁଳୁ ଭିତରେ ରହିଛି ଅହେତୁକ ଉତ୍କଣ୍ଠା ରହିଛି।ଏହି ଅବସରରେ ଯାତ୍ର ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଠାକୁରାଣୀଙ୍କ ମଧ୍ୟାଣ୍ଣ ଧୁ9 ଦିଆଯିବା ପରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପହଡ଼ ପଡିବ।
ଏହା ପରେ ସୁଆର, ବଡୁ, ପୂଜାପଣ୍ଡା ଓ ଅନ୍ୟାନ୍ୟ ସେବାୟତଙ୍କ ଉପସ୍ଥିତିରେ ଶ୍ରୀଜିଉଙ୍କ ସମେତ ପାର୍ବତୀ, ଦୁର୍ଗା ଓ ବସୁଦେବ ପାଲିଙ୍କିରେ ଶ୍ରୀକପିଳେଶ୍ୱରଙ୍କ ମନ୍ଦିରକୁ ଯାତ୍ରା କରିବେ। ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା, କାହାଳୀ, ମଶାଲ, ଧଳାଛତା, କଳାଛତା, ତ୍ରାସ ଓ ପାରମ୍ପରିକ ବାଦ୍ୟ ସାମିଲ କରାଯିବ । ସେଠାରେ ପହଞ୍ଚିବା ପରେ ସେବାୟତଙ୍କ ଦ୍ୱାରା ବରଣ କରାଯିବ । ଏହା ପରେ ହଜାରି ମଣ୍ଡପକୁ ସମସ୍ତ ଦେବଦେବୀ ବିଜେ କରିବେ।
ସ୍ଥାନୀୟ ଶନି ମନ୍ଦିରରେ ଭେଟ ଆଳତି ସହ କୋଠ ଭୋଗରେ ଆପ୍ୟାୟିତ କରାଯିବ । ଶେଷରେ ଶ୍ରୀକପିଳେଶ୍ୱରଙ୍କ ସହ ଭେଟ ଆଳତି କରି ଶ୍ରୀଜିଉ ମେଲାଣି ନେବେ । ଫେରିଲା ବେଳେ ହାଟ ପାଖରେ ଐଶେନେଶ୍ୱରଙ୍କ ପାଖରେ କିଛି ସମୟ ଅତିବାହିତ କରି ମନ୍ଦିରକୁ ପ୍ରବେଶ କରିବେ। ମହାପ୍ରଭୁଙ୍କ ଏହି ବିରଳ ନୀତି ପାଇଁ ଆଜି ସମସ୍ତେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ।ବିବାଦ ପରିସ୍ଥିତି ଯୋଗୁଁ ମହାପ୍ରଭୁଙ୍କ ଏହି ନୀତି କାନ୍ତି ବନ୍ଦ ହୋଇଯାଇଥଲା।କୋର୍ଟ ନିର୍ଦ୍ଧେଶ ଏବଂ ସେବାୟତ ବୈଠକ ପରେ ଏହି ନୀତିକାନ୍ତି ପାଳନ ହେବ ବୋଲି ଜଣାଯାଇଇଥିଲା।
