Thu. Oct 15th, 2026

ଶବ୍ଦମିଡ଼ିଆ ବ୍ୟୁରୋ:ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧନ। ନଚେତ ଘରେ ପହଞ୍ଚିବ ଇ-ଚାଲାଣ।ଟ୍ରାଫିକ ନିୟମ ଭୁଲ ହେଲେ କଟୁଛି ଚାଲାଣ।ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ୩୨ ଛକରେ ୩୧୨ଟି ଟ୍ରାଫିକ ଭାଓଲେସନ ଡିଟେକ୍ଟର ସିଷ୍ଟମ(ଟିଭିଡିଏସ) କ୍ୟାମେରା ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି।ଏହା ସାହଯ୍ୟରେ ଚାଳକ ଗତିବିଧିକୁ ସଠିକ ଭାବରେ ଅନୁଧ୍ୟାନ କରାଯାଇପାରୁଛି।ଯଦି ଟ୍ରାଫିକ ନିୟମକୁ ଚାଳକ ଉଲଘଂନ କରନ୍ତି ତେବେ ନିଶ୍ଚିତ କଟିବ ଇ-ଚାଲାଣ।

ବିନା ହେଲମେଟ୍‌, ଫୋନ୍‌ରେ ଗପିବା, ରେଡ୍‌ ଲାଇଟ୍‌ ଉଲ୍ଲଂଘନ, ମୋବାଇଲ ଫୋନ୍‌ରେ ଗପିବା, ରଙ୍ଗ୍‌ରୁଟ୍‌ ଗାଡ଼ି ଚାଳନା ଓ ଜେବ୍ରା କ୍ରସିଂ ନିୟମ ଭଳି ଟ୍ରାଫିକ ନିୟମ ଭାଙ୍ଗିଲେ ସିସିଟିଭି ଉଲ୍ଲଂଘନକାରୀ ଚିହ୍ନଟ ହେବା ସହ ତୁରନ୍ତ ଅଟୋମେଟିକ ଚାଲାଣ କାଟୁଛି।

ସେହିପରି ରାଜଧାନୀରୁ ୩୨ଟି ଛକରେ ସ୍ୱୟଞ୍ଚାଳିତ ଟ୍ରାଫିକ ବ୍ୟବସ୍ଥା କାମ କରୁଛି। ଏୟାରପୋର୍ଟ, କ୍ୟାପିଟାଲ୍‌ ହସ୍ପିଟାଲ, ଫରେଷ୍ଟ ପାର୍କ, ହାଉସିଂବୋର୍ଡ, କଳିଙ୍ଗ ଷ୍ଟାଡିୟମ, କଳ୍ପନା, କିଟ୍‌ ସ୍କୋୟାର, ନିକୋ ପାର୍କ, ପଟିଆ, ପାୱାର ହାଉସ, ରାଜମହଲ, ରାମମନ୍ଦିର, ରୂପାଲି, ଶିଶୁଭବନ, ବରମୁଣ୍ଡା, ଏକାମ୍ରକାନନ ରୋଡ, ଜୟଦେବ ବିହାର, ନାକାଗେଟ୍‌, ମଧୁସୂଦନ ପାର୍କ-ପୋଖରୀପୁଟ, ଚନ୍ଦକାରୋଡ, ଟ୍ରାଇଡେଣ୍ଟ୍‌ ହୋଟେଲ୍‌, ବାଣୀବିହାର-ରସୁଲଗଡ଼, ଶାସ୍ତ୍ରୀନଗର-୧୨୦ ବାଟାଲିୟନ ଭଳି ଛକଗୁଡ଼ିକରେ ଏଭଳି ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ରାଜଧାନୀରେ ପ୍ରତିଦିନ ଏହି ବ୍ୟବସ୍ଥା ମାଧ୍ୟମରେ ୨ହଜାର ଚାଲାଣ କଟୁଛି। ବିଭିନ୍ନ ଟ୍ରାଫିକ ନିୟମ ବାବଦରେ ନିୟମ ଭାଙ୍ଗୁଥିଲେ ଗାଡ଼ି ନମ୍ବରରେ ଘରକୁ ସିଧାଚାଲାଣ ଯାଉଛି। ସପ୍ତାହରେ ସ୍ୱୟଞ୍ଚାଳିତ ଟ୍ରାଫିକ ବ୍ୟବସ୍ଥାରେ ସାଢ଼େ ୧୨ହଜାର ଚାଲାଣ କଟିଥିବା ଜଣାପଡ଼ିଛି। ସେଭଳି ଟ୍ରାଫିକ ନିୟମ ଖିଲାପ କରୁଥିବା ଅମାନିଆଙ୍କୁ ଚିହ୍ନଟ କରି ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ୍‌ କରାଯାଉଛି।

By

Leave a Reply

Your email address will not be published. Required fields are marked *