Wed. Oct 14th, 2026

ଅଧିକାଂଶ ବ୍ୟକ୍ତି ଛତୁ ଖାଇବାକୁ ପସନ୍ଦ କରନ୍ତି କାରଣ ଏହା ଖୁବ ସ୍ୱାଦିଷ୍ଟ ଲାଗେ । କିନ୍ତୁ ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଉପକାରୀ । ତେବେ ଏହାର ଉପକାରୀ ଗୁଣ ବିଷୟେରେ ଜାଣିଲେ ଆପଣ ପ୍ରତିଦିନ ଏହାକୁ ଖାଦ୍ୟରେ ସାମିଲ କରିବାକୁ ଚାହିଁବେ ।

ଛତୁରେ ବହୁ ମାତ୍ରାରେ ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ପାଇଁ ବେଶ୍ ଲାଭଦାୟକ। ଛତୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଛତୁରେ ବହୁ ମାତ୍ରାରେ ସୋଡିୟମ, ପ୍ରୋଟିନ୍, କ୍ୟାଲିସିୟମ୍, ମ୍ୟାଗ୍ନେସିୟମ୍ ରହିଥାଏ, ଯାହା ଶରୀରରେ କୋଲେଷ୍ଟରଲ ଓ ଶର୍କରାକୁ କମ୍ କରିଥାଏ। ଏହା ମେଦବହୁଳ ଓ ହୃଦ୍ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ। ଏହା ବ୍ୟତିତ ଛତୁ କେଶକୁ ସୁସ୍ଥ ଓ ସୁନ୍ଦର କରିବାରେ ମଧ୍ୟ ସହାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *