ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

( ନବରଙ୍ଗପୁର ) : ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯାତନାରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ଆଜି ପାପଡାହାଣ୍ଡି ବ୍ଲକ ସଭା ଗୃହରେ ଏକ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆୟୋଜିତ ଏହି ଏକ ଦିବସୀୟ ତାଲିମ ଶିବିରରେ ବ୍ଲକ ଅଧ୍ୟକ୍ଷା ହେମଲତା ମାଝି ଅଧ୍ୟକ୍ଷତା କରିଥିଲେ । ବ୍ଲକର ଜଣେବି ଶିଶୁ ଯେପରି ସେମାଙ୍କର ଅଧିକାରରୁ ବଞ୍ଚିତ ନହୁଅନ୍ତି ସେ ଉପରେ ସମସ୍ତ ସରପଞ୍ଚ ମାନେ ଦାୟିତ୍ଵବାନ ହୁଅନ୍ତୁ ବୋଲି ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଆହ୍ଵାନ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ବିଶଦ ଭାବରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପାପଡାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜିତା ମଲ୍ଲିକ ନିଜର ବ୍ଲକକୁ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ମୁକ୍ତ ବ୍ଲକ ଭାବରେ ଗଢି ତୋଳିବା ପାଇଁ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନିବେଦନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଯୋଗଦେଇ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ନିଜର ବକ୍ତବ୍ୟରେ ସମସ୍ତ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବାପାଇଁ ଅନୁରୋଧ କରିଥଲେ । ସାଧନ ବ୍ୟକ୍ତି ଭାବରେ ଯୋଗଦେଇ ମନୋରମା ମାଝି ଓ ଆକ୍ସନଏଡ ର ଜିଲ୍ଲା ପରାମର୍ଶଦାତା ଫକୀର ଚରଣ ରାଉତ ଶିଶୁ ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ବ୍ଲକର ସମସ୍ତ ସରପଞ୍ଚ ଓ ସୁପରଭାଇଜର ମାନେ ଆଲୋଚନାରେ ଅଂଶଗ୍ରହଣ କରି ଶିଶୁ ଜିଲ୍ଲାରେ ଶିଶୁଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଲିଗାଲ ପ୍ରୋବେଶନ ଅଫିସର କିଶୋର ଚନ୍ଦ୍ର ମାର୍ଥା ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ନିର୍ମଳ ବିଷୋୟୀ

You May Also Like

More From Author

+ There are no comments

Add yours