Wed. Oct 14th, 2026

ବର୍ତ୍ତମାନର ସମାଜରେ ର୳୲ଗିଂ ଏକ ଅଦୃଶ୳ ଅସ୍ତ୍ର ରୂପେ ଯୁବପିଢିଙ୍କୁ କୁମାନସିକତା ଆଡ଼କୁ ନେଇଯାଉଛି। ସବୁ ପ୍ରୟାସ ପରେ ବି ରାଙ୍ଗି ଥମିବାର ନାଁ ଧରୁନାହିଁ। ସିନିଅରମାନଙ୍କ ମଜା ମସ୍ତିରେ ବଳି ପଡୁଛନ୍ତି ଜୁନିୟର। ଏବେ ବଡ ଧରଣର ର୳୲ଗିଂ ମାମଲା ମଧ୍ୟ ପ୍ରଦେଶର ସବୁଠୁ ବଡ ସରକାରୀ ମେଡିକାଲ କଲେଜ୍‌ରୁ ଆସିଛି। ଏଠାରେ ସିନିୟର ଛାତ୍ର ଜୁନିୟର ଛାତ୍ରଙ୍କୁ ର୳୲ଗିଂ ନାମରେ ତକିଆ ସହ ସେକ୍ସ କରିବା ସହ ଅଶ୍ଳୀଳ ଆକ୍ଟିଂ କରିବାକୁ ବାଧ୍ୟ କରୁଛନ୍ତି। ତେବେ ସମ୍ପୃକ୍ତ ସିନିୟର ଛାତ୍ରଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ।

ଇନ୍ଦୋରର ଏମଜିଏମ ମେଡିକାଲ୍ କଲେଜରେ ଘଟିଛି ଏହି ଘଟଣା। ର୳୲ଗିଂରେ ପୀଡିତ ଜୁନିୟର ଡାକ୍ତରୀ ଛାତ୍ରମାନେ ବିଶ୍ଵ ବିଦ୍ୟାଳୟ ଅନୁମୋଦନ ଆୟୋଗ(ୟୁଜିସି), ଆଣ୍ଟିଂ ର୳୲ଗିଂ ହେଲ୍ପଲାଇନ୍‌କୁ ଫୋନ୍ କରି ଅଭିଯୋଗ କରିବା ସହ ଥାନାର ଦ୍ଵାରସ୍ଥ ମଧ୍ୟ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ଏମବିବିଏସର ସିନିୟର ଛାତ୍ରମାନେ ନିଜ ରୁମରେ ୟୁନିୟର ଛାତ୍ରଙ୍କୁ ତକିଆ ସହ ସେକ୍ସ କରିବା ଏବଂ ସହପାଠୀଙ୍କ ସହ ଅଶ୍ଳୀଳ ଆକ୍ଟିଂ କରିବାକୁ ବାଧ୍ୟ କରୁଛନ୍ତି। ଖବର ମିଳିବା ପରେ ଆଣ୍ଟିଂ ର୳୲ଗିଂ ସେଲ୍ ଏବଂ ୟୁଜିସି ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଅଭିଯୁ୍କ୍ତ ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏଫଆଇଆର ରୁଜୁ କରାଇବାକୁ କଲେଜର ଆଣ୍ଟିଂ ର୳୲ଗିଂ କମିଟି ନିଷ୍ପତ୍ତି ନେଇଛନ୍ତି।

ଏମବିବିଏସର ସମସ୍ତ ନବାଗତ ଛାତ୍ରଙ୍କ ବୟାନ ରେକର୍ଡ ଆରମ୍ଭ କରିଥିବା କହିଛି ଇନ୍ଦୋର ପୋଲିସ୍। ତେବେ ପୋଲିସ୍ ଅନୁଯାୟୀ ଜୁନିୟର ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ସିନିୟରମାନେ ଆପତ୍ତିଜନକ କାମ କରିବାକୁ ବାଧ୍ୟ କରିବା ସହ ତକିଆ ସହ ସେକ୍ସ କରିବାକୁ କହୁଛନ୍ତି। ଏପରିକି ନିଜର ମହିଳା ସହପାଠୀଙ୍କୁ ଚୟନ କରିବା ଏବଂ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାକୁ ବାଧ୍ୟ କରୁଛନ୍ତି।

ଜୁନିୟର ଛାତ୍ର ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆମଠୁ ଫୋନ ଛଡାଇ ନିଆଯାଉଛି। ତଳେ ବସି ପରସ୍ପରକୁ ଚାପୁଡା ମାରିବାକୁ କୁହାଯାଉଛି। ଚାପୁଡା ଯେମିତି ଜୋରରେ ଏବଂ ସ୍ପଷ୍ଟ ଭାବେ ଶୁଣାଯିବ ସେମିତି କରିବାକୁ ବାଧ୍ୟ କରୁଛନ୍ତି। ଏପରିକି ସିନିୟରଙ୍କ ପରିଚୟ ଜଣାଇଲେ ପ୍ରତିଶୋଧ ନିଆଯିବ ବୋଲି ଧମକ ଦେଇଛନ୍ତି। ଅଭିଯୋଗରେ ପ୍ରମାଣ ଭାବେ ଅଡିଓ ଏବଂ ଭିଡିଓ ରେକର୍ଡିଂ, ହ୍ଵାଟ୍ସଆପ୍ ଚାଟ୍ ଦିଆଯାଇଥିବା ପୋଲିସ୍ କହିଛି। ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ୟୁୁଜିସି ତତ୍ପର ହୋଇ ଉଠିଛି।

Leave a Reply

Your email address will not be published. Required fields are marked *