Wed. Oct 14th, 2026

ସାରା ଦେଶରେ ଏବେ ଗୋଟିଏ ନାଁର ଚର୍ଚ୍ଚା ଚାଲିଛି। ସଭିଙ୍କ ମୁହଁରେ ଦ୍ରୌପଦୀ । ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସୁଛି। ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁ ଘୋଷଣା ହେବା ପୂର୍ବରୁ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କ ଦ୍ରୌପଦୀ ନଥିଲା। ପରିବାର ଲୋକ ତ କିଛି ଅଲଗା ହନ ନାଁ ଦେଇଥିଲେ। ତେବେ କିଏ ଦେଇଥିଲା ଦ୍ରୌପଦୀର ପରିଚୟ? କ’ଣ ଥିଲା ପ୍ରକୃତ ନାଁ?


ମୟୂରଭଞ୍ଜର ଏକ ସାନ୍ତାଳୀ ପରିବାରରେ ଦ୍ରୌପଦୀଙ୍କର ଜନ୍ମ। ସାନ୍ତାଳୀ ଭାଷାନୁସାରେ ବାପା ମା’ ତାଙ୍କ ନାଁ ରଖିଥିଲେ ପୁତି। ହେଲେ ଏହି ନାମ ଭଲ ଲାଗୁନି ବୋଲି କହିଥିଲେ ତାଙ୍କ ଶିକ୍ଷକ। ପରେ ନାମ ପରିବର୍ତ୍ତନ କରି ଦ୍ରୌପଦୀ ରଖାଯାଇଥିଲା। ସମୟ ସମୟରେ ତାଙ୍କ ନାଁ ଅନେକ ଥର ବଦଳା ଯାଇଛି। ‘ଦ୍ରୌପଦୀ’ରୁ ‘ଦୋରପଦୀ’ କରାଯାଇଛି’। ସାନ୍ତାଳୀ ସଂସ୍କୃତିରେ କୌଣସି ନାମ ମରିଯାଏ ନାହିଁ। ଅର୍ଥାତ୍ ବ୍ୟକ୍ତିର ମୃତ୍ୟୁ ପରେ ସଂପୃକ୍ତ ବ୍ୟକ୍ତିର ନାମ ତାର ପରପିଢି ନାଁ ସହିତ ସଂଯୋଗ ହୋଇ ରୁହେ।ସ୍କୁଲ ଓ କଲେଜରେ ପାଠ ପଢିବା ବେଳେ ତାଙ୍କ ନାମ ଦ୍ରୌପଦୀ ଟୁଡୁ ରହିଥିଲା। କିନ୍ତୁ ସେ ବ୍ୟାଙ୍କ ଅଫିସର ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିବା ପରେ ତାଙ୍କ ନାମ ଦ୍ରୌପଦୀ ମୁର୍ମୁ ରହିଥିଲା ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *