ଘରୋଇ ଉପଚାର ଦ୍ୱାରା ମିଳିବ ମଶାଙ୍କଠୁ ମୁକ୍ତି

ବର୍ଷା ଋତୁ ଆସିବା ମାତ୍ରକେ ଚାରିଆଡେ ପାଣି କାଦୁଅ ହେବା ସହ ମଶା ମାନଙ୍କ ଉପଦ୍ରବ ବଢ଼ି ଯାଇଥାଏ । ମଶା କାମୁଡିବା ଦ୍ବାରା ଏହି ଋତୁରେ ମାଲେରିଆ , ଡେଙ୍ଗୁ , ଚିକେନ ଗୁନିଆ ହେବାର ଅଧିକ ସମ୍ଭାବନା ରହିଥାଏ । ଘରର ଚତୁର୍ପର୍ଶ୍ୱରେ ପାଣି ଜମିବା ଦ୍ଵାରା ମଶା ଙ୍କ ଉପଦ୍ରବ ଅଧିକ ଦେଖା ଦେଇଥାଏ । ଅଧିକାଂଶ ଲୋକ ଡେଙ୍ଗୁ ଓ ଚିକେନ ଗୁନିଆ କାରଣରୁ ଜୀବନ ମଧ୍ୟ ହରାଇ ଥାଆନ୍ତି ।

କିପରି ଏହି ଋତୁରେ ମଶା କାମୁଡ଼ା ରୁ ରକ୍ଷା ପାଇବା ଆସନ୍ତୁ ଜାଣିବା। ପିଆଜ ରସର ବ୍ୟବହାର ମଶାଙ୍କଠୁ ମୁକ୍ତି ମିଳିପାରିବ। ପିଆଜ ରେ ଆଣ୍ଟି ଫଙ୍ଗଲ ଗୁଣ ରହିଛି । ଯାହାଦ୍ଵାରା ଆପଣ ବର୍ଷା ଋତୁରେ ପିଆଜ ରେ ପ୍ରସ୍ତୁତ ରସକୁ ନିଜ ଶରୀର ରେ ଲଗାଇ ପାରିବେ । ଯାହାର ଉତେଜିତ ଗନ୍ଧ ଦ୍ଵାରା ମଶା କାମୁଡ଼ା ରୁ ନିଜକୁ ରକ୍ଷା କରାଯାଇ ପାରିବ।

ରସୁଣ ଅଟେ ଖୁବ୍ ପ୍ରଭାବଶାଳୀ। ରସୁଣ ରେ ଏଲିସିନ ନାମକ ତତ୍ତ୍ଵ ରହିଛି । ଯାହା ମଶା ମାନଙ୍କୁ ନିଜ ଠାରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ । ୫/୬ଟି ରସୁଣକୁ ଛେଚି ଗୋଟିଏ କପ୍ ତେଲରେ ମିଶାଇ ନିଅନ୍ତୁ । ଏହାପରେ ସେଥିରେ ସାମାନ୍ୟ ଲେମ୍ବୁ ରସ ମିଶାଇ ଶରୀର ରେ ମାଲିଶ୍ କରିବା ଦ୍ୱାରା ମଶା କାମୁଡ଼ା ରୁ ଆରାମ ମିଳିବ ।

ଲିମ୍ବ ପତ୍ରରେ ଉପଚାରରେ ମଶା ମୁକ୍ତି। ବର୍ଷା ଋତୁରେ ଶୁଖିଲା ଲିମ୍ୱ ପତ୍ରକୁ ଝୁଣା ଦାନିରେ ଜଳାଇ ଧୂଆଁ କରିବା ଦ୍ୱାରା ଘରୁ ମଶା ମାନଙ୍କର ବିନାଶ ହୋଇଥାଏ ।

You May Also Like

More From Author

+ There are no comments

Add yours