Wed. Oct 14th, 2026

ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ ହେଉଛି ଓସ୍କାର। ୨୦୨୪ ବର୍ଷ ଲାଗି ଓସ୍କାର ପୁରସ୍କାର ଘୋଷିତ ହୋଇଛି । ଓପନହେମେର ଚଳଚ୍ଚିତ୍ରରେ ବେଷ୍ଟ ସପୋର୍ଟିଂ ଆକ୍ଟର ଭାବେ ପୁରସ୍କାର ଲାଭ କରିଛନ୍ତି ରବର୍ଟ ଡାଉନି ଜୁନିଅର। ଦି ହୋଲଡଓଭର୍ସ ଫିଲ୍ମ ଲାଗି ଶ୍ରେଷ୍ଠ ସପୋର୍ଟିଂ ଆକ୍ଟ୍ରେସ ପୁରସ୍କାର ଲାଭ କରିଛନ୍ତ ଡାଭିନ ଜୟ ରାଣ୍ଡଲଫ। ଗର୍ଜିଲା ମାଇନସ ୱାନକୁ ମିଳିଛି ବେଷ୍ଟ ଭିଜୁଆଲ ଏଫେକ୍ଟସ ଆୱାର୍ଡ।
ଦି ଜୋନ ଅଫ ଇଣ୍ଟେରେଷ୍ଟ ପାଇଛି ଶ୍ରେଷ୍ଠ ଇଣ୍ଟରନ୍ଯାସନାଲ ଫିଲ୍ମ ଓସ୍କାର। ପୁଅର୍ ଥିଙ୍ଗସ ଲାଭ କରିଛି ବେଷ୍ଟ କଷ୍ଟୁୟମ ଡିଜାଇନ। ସେହିପରି ଏହି ଫିଲ୍ମକୁ ବି ମିଳିଛି ବେଷ୍ଟ ପ୍ରଡକ୍ସନ ଡିଜାଇନ ପୁରସ୍କାର। ପୁଅର୍ ଥିଙ୍ଗସକୁ ବି ମିଳିଛି ବେଷ୍ଟ ହେୟାର ଆଣ୍ଡ ମେକଅପ ପୁରସ୍କାର। ଆମେରିକାନ ଫିକ୍ସନକୁ ମିଳିଛି ବେଷ୍ଟ ଆଡପ୍ଟେଡ ସ୍କ୍ରିନପ୍ଲେ ପୁରସ୍କାର। ଆନାଟୋମି ଅଫ ଏ ଫଲକୁ ମିଳିଛି ବେଷ୍ଟ ଅରିଜିନାଲ ସ୍କ୍ରିନପ୍ଲେ ପୁରସ୍କରା। ଦି ବୟ ଆଣ୍ଡ ଦି ହିରୋନକୁ ବେଷ୍ଟ ଆନିମେଟେଡ ଫଚର ପୁରସ୍କାର ମିଳିଥିବାବେଳେ ବେଷ୍ଟ ଆନିମେଟେଡ ସର୍ଟ ଫିଲ୍ମ ପୁରସ୍କାର ଲାଭ କରିଛି ୱାର ଇଜ ଓଭର। ପୁଣି ଓସ୍କାରରେ ଚମକିଲା ଏସ ଏସ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’ । ଫିଲ୍ମର ଓସ୍କାର ବିଜେତା ଗୀତ ‘ନାଟୁ ନାଟୁ’ ପୁଣି ଥରେ ଓସ୍କାରରେ ପ୍ରଦର୍ଶିତ ହୋଇଛି । ଓସ୍କାର ସ୍କ୍ରିନରେ ‘ଆରଆରଆର’ର ଝଲକ ଦୁଇ ଥର ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଆରଆରଆର ମୁଭି ପକ୍ଷରୁ ଏହି ଭିଡିଓ ସେୟାର କରାଯାଇଛି । ଯାହା ଏବେ ବେଶ ଭାଇରାଲ ହେଉଥିବା ବେଳେ ଏହାକୁ ଲୋକେ ପୁଣି ଥରେ ଓସ୍କାର ମଞ୍ଚରେ ଜଲୱା ଦେଖାଇ ଭାରତୀୟଙ୍କୁ ଗର୍ବିତ କରିଛି । ଏଥିସହ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କୁ ମଧ୍ୟ ଓସ୍କାରରେ ସମ୍ମାନିତ କରାଯାଇଛି ।

Leave a Reply

Your email address will not be published. Required fields are marked *