ଉଦ୍ଘାଟିତ ହେଲା ବହୁ ପ୍ରତିକ୍ଷିତ ଦ୍ୱାରକା ଏକ୍ସପ୍ରେସ୍ । ହରିୟାଣା ଗସ୍ତ ଅବସରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି । ଏଥିସହ ସେ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ୮ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଟ୍ରାଫିକ୍ ସମସ୍ୟା ହ୍ରାସ କରିବାରେ ସହାୟକ ହେବ । ଏହି ସମସ୍ତ ପ୍ରକଳ୍ପର ଅଟକଳ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହେବ ବୋଲି ଜଣାଯାଇଛି ।୧୯ କିଲୋମିଟର ଲମ୍ବର ଦ୍ୱାରକା ଏକ୍ସପ୍ରେସ୍ ନିର୍ମାଣରେ ଖର୍ଚ୍ଚ ହୋଇଛି ୪୧ ଶହ କୋଟି ଟଙ୍କା। ୮ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଦେଖାଦେଉଥିବା ଅସମ୍ଭବ ଟ୍ରାଫିକ୍ ସମସ୍ୟା ହ୍ରାସ କରିବାରେ ସହାୟକ ହେବ। ଗୁରୁଗ୍ରାମରେ ମୋଦି ରୋଡ ଶୋ କରିବା ସହ ଏସବୁ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଏନଏଚ କାମରେ ନିୟୋଜିତ ଥିବା ଶ୍ରମିକମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।