Wed. Oct 14th, 2026

ସ୍କୁଲ ଛାତ୍ରଛାତ୍ରୀ ପୁଣି ପଢ଼ିବେ ‘ଛବିଳ ବର୍ଣ୍ଣବୋଧ’ । ପୁଣି ଥରେ ପ୍ରକାଶ ପାଇବ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ‘ଛବିଳ ବର୍ଣ୍ଣବୋଧ’ । ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବାବେଳେ, ‘ଛବିଳ ବର୍ଣ୍ଣବୋଧ’ ପୁନଃ ମୁଦ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିବା ଜଣାପଡ଼ିଛି । ନିର୍ବାଚନ ପୂର୍ବରୁ ଏହା ଛପା ହେବ ଓ ନିର୍ବାଚନ ପରେ ଏହାର ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୫୦ ହଜାରରୁ ଅଧିକ ବହି ମୁଦ୍ରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାର ପୁନଃ ମୁଦ୍ରଣ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାର୍ଯ୍ୟପନ୍ଥା ଶେଷ ପର୍ଯ୍ୟାୟରେ ମଧ୍ୟ ପହଞ୍ଚିଛି । ମଧୁସୂଦନ ରାଓଙ୍କ ଅଣନାତୁଣୀଙ୍କ ଠାରୁ ମୂଳ କପି ସଂଗ୍ରହ କରାଯିବା ସହିତ ବରିଷ୍ଠ ସାହିତ୍ୟିକ ତଥା ଭାଷାବିତଙ୍କୁ ନେଇ ଏକ କମିଟି ଗଠନ କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି। ମୂଳ ‘ବର୍ଣ୍ଣବୋଧ’ରେ କୌଣସି ପରିବର୍ତ୍ତନ ହେବ ନାହିଁ ପୂର୍ବରୁ ଯାହା ସବୁଥିଲା ତାହା ପୁସ୍ତକରେ ସଂକଳିତ କରାଯିବ ବୋଲି ଜଣା ପଡିଛି।

Leave a Reply

Your email address will not be published. Required fields are marked *