Wed. Oct 14th, 2026

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ହ୍ୟୁମାନ ପୋଟେନସିଆଲ ଡେଭଲପମେଟ ଟ୍ରଷ୍ଟ ତରଫରୁ ସ୍ଥାନୀୟ ନିଳାଦ୍ରୀବିହାରର ରିକ୍ ସା କଲୋନି ଠାରେ ବସ୍ତିର ଛାତ୍ରୀ ତଥା ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ” ବ୍ୟକ୍ତିତ୍ୱ ବିକାଶ – ଛାତ୍ରୀମାନଙ୍କର ବ୍ୟକ୍ତିତ୍ୱର ବିକାଶ ପାଇଁ ଏକ ଅଭିନବ ପ୍ରୟାସ ” । ଏଥିରେ ମୁଖ୍ୟବକ୍ତା ଭାବେ ଓଡିଶା ରାଜ୍ୟ ମହିଳା କମିଶନ୍‌ର ପୂର୍ବତନ ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜସେବା ପ୍ରଫେସର ଲୋପାମୁଦ୍ରା ମହାନ୍ତି ଯୋଗ ଦେଇଥିଲା ବେଳେ ସ୍ଥାନୀୟ ଲୋକଙ୍କ ପାଖରେ ଯଶୋଦାମାଆ ଭାବେ ପରିଚିତ ଶ୍ରୀମତା ନିବେଦିତା ଲେଙ୍କା ସମୀନନୀୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ଏମାନଙ୍କ ବ୍ୟତୀତ ଟ୍ରଷ୍ଟର ଟ୍ରଷ୍ଟି କୀର୍ତ୍ତି ଦାସ, ମୀନା ସୁବୁଦ୍ଧି,ସୋନାଲୀ ସାମନ୍ତରାୟ, ସୁସ୍ମିତା ଶତପଥୀ, ଯସ୍ମିତା ଦାଶ, ସଂଯୁକ୍ତା ପଟ୍ଟନାୟକ ତଥା ଆହୁରି ଅନେକ ଶୁଭାକାଂକ୍ଷୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଟ୍ରଷ୍ଟ ତରଫରୁ ଦିଆଯାଉଥିବା ୫୦ ଘଣ୍ଟାର ବ୍ୟକ୍ତିତ୍ଵ ବିକାଶ ତାଲିମ କିପରି ଭାବରେ ଛାତ୍ରୀମାନଙ୍କର ଭବିଷ୍ୟତ ଗଠନରେ ସହାୟକ ହେଉଛି, ସେ ସଂପର୍କରେ ଛାତ୍ରୀମାନେ ତଥା ତାଙ୍କର ମାଆମାନେ ନିଜର ମତାମତ ପ୍ରକାଶ କରିଥିଲେ । ଏହା ସହିତ ଗୀତ, ନାଚ, ଡ୍ରଇଁ, ବକ୍ତୃତା ଇତ୍ୟାଦିରେ ଭାଗ ନେଉଥିବା କୃତାଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବସ୍ତି ଅବହେଳିତ ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାର ଏହି ଅଭିନବ ପ୍ରୟାସକୁ ସମସ୍ତେ ହୃଦୟର ସହିତ ସ୍ଵାଗତ କରିଥିଲେ । ଟ୍ରଷ୍ଟ ତରଫରୁ ଭୁବନେଶ୍ଵରର ବିଭିନ୍ନ ବସ୍ତି ମାନଙ୍କରରେ ଅବହେଳିତ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ୨୦୧୬ ମସିହାରୁ ବ୍ୟକ୍ତିତ୍ଵ ବିକାଶ ତାଲିମ ଦିଆଯାଇଅଛି ।

Leave a Reply

Your email address will not be published. Required fields are marked *