ଆଦିବାସୀଙ୍କ ତଥା ସାମ୍ନାକୁ ଆସିଲେ ପାହାଡ, ପର୍ବତ,ଗଛ, ଲତା ଭରା ସବୁଜିମା କଥା ମନକୁ ଆସେ । ତା ସହ ସରଳିଆ ଜନଜାତିଙ୍କ କଥା ମଧ୍ୟ। ଆଜିର ମଣିଷ ଚନ୍ଦ୍ର ରେ ପାଦ ଥାପି ସାରିଲାଣି ସତ ହେଲେ ଏବେ ବି ଅନେକ ଆଦିମ ଜନଜାତି ଅଛନ୍ତି ଯେଉଁମାନେ କି ମୂଖ୍ୟ ସ୍ରୋତରେ ସାମିଲ ହେବା ପରିବର୍ତ୍ତେ ନିଜସ୍ୱ ଶୈଳୀରେ ଜୀବନ କାଟନ୍ତି । ଏମାନଙ୍କ ମଧ୍ୟରେ କେତେକ ଅତି ସରଳ ହୋଇଥିବା ବେଳେ ଅନ୍ୟମାନେ ଭୟଙ୍କର ହୋଇଥାନ୍ତି ।
ମେଲବର୍ଣ୍ଣ ନ୍ୟୁଗିନିର ଘଞ୍ଚ ଜଙ୍ଗଲ ଓ ଅପହଞ୍ଚ ସ୍ଥାନରେ ବାସ କରନ୍ତି ଅସ୍ମତ ଜନଜାତି । ଏହି ଆଦିବାସୀମାନେ ଶତ୍ରୁକୁ ମାରି ତାର ମାଂସ ଖାଇବାକୁ ଭଲ ପାଆନ୍ତି । ଏହା ବ୍ୟତୀତ ମୃତକଙ୍କ ହାଡକୁ ଅଳଙ୍କାର କରି ପିନ୍ଧିଥାନ୍ତି । ଏମାନେ ସହଜରେ କାହା ପ୍ରତି ଦୟା ପରବଶ ହୋଇ ନ ଥାନ୍ତି । ସର୍ବଦା ନିଜକୁ ଯୋଦ୍ଧା ମାନୁଥିବା ଏହି ଜନଜାତି ଶତ୍ରୁର ମୁଣ୍ଡକୁ କୋରି କୋରି ଖାଇ ସାରିଲା ପରେ ତକିଆ ଭଳି ବ୍ୟବହାର କରିଥାନ୍ତି । ମଣିଷ ମାଂସ ଖାଇଲା ବେଳେ ସେମାନ ଏକ ପ୍ରକାର ଭୋଜିର ଆୟୋଜନ କରିଥାନ୍ତି ।
ଶତ୍ରୁର ଅଣ୍ଟା ତଳ ଅଂଶକୁ ସେମାନେ ତାଙ୍କ କୁଡିଆରେ ଟ୍ରଫି ପରି ସଜେଇ ରଖିଥାନ୍ତି । ଏହା ତାଙ୍କ ଶୈର୍ଯ୍ୟର ପ୍ରତୀକ ବୋଲି ବିବେଚନା କରାଯାଇଥାଏ । ରାନ୍ଧି କରି ଖାଇବା ପୂର୍ବରୁ ସେମାନେ ମୃତ ମଣିଷର ଆଖି କାଢ଼ି ଦିଅନ୍ତି । ଅନ୍ଧ ବିଶ୍ୱାସରେ ଭରପୂର ଏହି ସଭ୍ୟତା କେବେ ବି ସମାଜର ମୂଖ୍ୟ ସ୍ରୋତର ସାମିଲ ହେବାକୁ ଚାହାନ୍ତି ନାହିଁ ।
+ There are no comments
Add yours