‘ଦି ଗ୍ରେ ମ୍ୟାନ’ ପାଇଁ ୧୬ ଶହ କୋଟି ଟଙ୍କା ନେବେ ଧନୁଷ

ବଲିଉଡ଼ ତାରକାଙ୍କ ହଲିଉଡ଼ ଡେବୁ୳ ଏକ ଟ୍ରେଣ୍ଡ ପାଲଟି ଗଲାଣି। ଏଇ ଯେମିତି ସୁପରଷ୍ଟାର ଧନୁଷ। ତାମିଲ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖ୳୲ତି ଅର୍ଜନ କରିବା ପରେ ଏବେ ହଲିଉଡ଼ରେ ନିଜ ଆକ୍ଟିଙ୍ଗର ଯାଦୁ ଦେଖାଇଛନ୍ତି ସୁପରଷ୍ଟାର ଧନୁଷ । ଆଭେଞ୍ଜର୍ସର ପ୍ରସିଦ୍ଧ ନିର୍ଦ୍ଦେଶକ ଯୋଡ଼ି ‘ଋଷୋ ବ୍ରଦର୍ସ’ଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ଦି ଗ୍ରେ ମ୍ୟାନ’ରେ ଅଭିନୟ କରିଛନ୍ତି ଏହି ତାମିଲ ସୁପରଷ୍ଟାର । ଯାହା ବର୍ତ୍ତମାନ ନେଟଫ୍ଲିକ୍ସର ସବୁଠାରୁ ମହଙ୍ଗା ଆକ୍ସନ ଫିଲ୍ମରେ ପରିଣତ ହୋଇଛି ।



ଆନ୍ଥନୀ ଏବଂ ଜୋ ଋଷୋ ଉଭୟ ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିବା ବେଳେ ଉଭୟ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ପ୍ରଯୋଜକ ରହିଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ନେଟଫ୍ଲିକ୍ସ ସହ ଦଶ କିମ୍ୱା କୋଡ଼ିଏ କୋଟି ନୁହେଁ ଭାରତୀୟ ମୁଦ୍ରା ଅନୁସାରେ ମୋଟ ୧୬ ଶହ କୋଟି ଟଙ୍କାର ଚୁକ୍ତି ହୋଇଥିବା ଜଣାପଡ଼ିଛି। ଦର୍ଶକ ଫିଲ୍ମଟିକୁ ନେଟଫ୍ଲିକ୍ସରେ ୨୨ ଜୁଲାଇରେ ଦେଖିପାରିବେ । ଯାହାର ପୋଷ୍ଟର ରିଲିଜ୍ ହୋଇସାରିଥିବା ବେଳେ ଫିଲ୍ମଟିର ଟ୍ରେଲର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଧନୁଷ ନିଜ ଇନଷ୍ଟାଗ୍ରାମରେ ଏହାର ଏକ ପୋଷ୍ଟର ପୋଷ୍ଟ କରିବା ପରେ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ଦର୍ଶକଙ୍କ ଏଭଳି ଭଲପାଇବା ଦେଖି ଧନୁଷ ମଧ୍ୟ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି ।


ଚଳଚ୍ଚିତ୍ରଟି ଆକ୍ସନ ମୁଭି ଉପରେ ନିର୍ମିତ ହୋଇଥିବାରୁ ଏହାର ସୁଟିଂ ବିଶ୍ୱର ନାମିଦାମି ଲୋକେସନରେ ସୁଟ୍ କରାଯାଇଛି । ଚଳଚ୍ଚିତ୍ରର ଗୋଟିଏ ଆକ୍ସନ ସିନ୍ ମାସ ମାସ ଧରି ଚାଲିରହିଥିଲା । ସୂଚନାନୁସାରେ ଏଥିରେ କୌଣସି ଏକ ସିନ୍ ପାଇଁ ୪୦ ମିଲିୟନ ଡଲାର ଅର୍ଥାତ୍ ୩୧୯ କୋଟି ଟଙ୍କା ବ୍ୟୟ କରାଯାଇଛି । ଚଳଚ୍ଚିତ୍ରଟିରେ ରାୟନ ଗାଁସଲିଙ୍ଗ୍, କ୍ରିସ୍ ଇୱାଶଂ, ଆନା ଦେ ଅର୍ମାଶ ଏବଂ ରେଗେ ଜାନ ପେଜଙ୍କ ଭଳି ପ୍ରସିଦ୍ଧ ହଲିଉଡ ତାରକାଙ୍କ ସହ ସାଉଥ ସୁପରଷ୍ଟାର ଧନୁଷ ନଜର ଆସିବେ । କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଧନୁଷଙ୍କ ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରନ୍ତି । ଏପଟେ କୋ–ଷ୍ଟାର୍ସ ରାୟନ ଏବଂ ରାଗେ ମଧ୍ୟ ଫିଲ୍ମରେ ଧନୁଷଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରିଛନ୍ତି ।

You May Also Like

More From Author

+ There are no comments

Add yours