Thu. Oct 15th, 2026

ଚର୍ଚ୍ଚାରେ ଜିଏସଟି ତାତି । ସରକାରଙ୍କ ନୂଆ ଜିଏସଟି ରିପୋର୍ଟରେ ସଂସଦ ଗରମ ହୋଇପଡିଛି। ବିରୋଧୀ ଦଳ ଏହାକୁ ନେଇ ଲଗାତାର ସରକାର ଉପରେ ଆକ୍ରମଣ ଜାରି ରଖିଥିବାବେଳେ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିରେଧୀଙ୍କ ପ୍ରଶ୍ନ ର ଉତ୍ତର ରଖିଛନ୍ତି । ଟୁଇଟରେ ସେ ଏକ ଲିଷ୍ଟ ସେୟାର କରିବା ସହିତ ୧୪ଟି ଖାଦ୍ୟ ସାମଗ୍ରୀକୁ ଯଦି ଖୋଲାରେ ବିକ୍ରି କରାଯାଏ, ତେବେ ଏହା ଉପରେ କୌଣସି ଜିଏସଟି ଲାଗୁ ହେବନାହିଁ ବୋଲି ସୂଚନା ଦେଇଛନ୍ତି।

ଏହି ଲିଷ୍ଟରେ ଡାଲି, ଗହମ, ବାଜରା, ଚାଉଳ, ସୁଜି, ଦହି, ଲସି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ରହିଛି । ଯାହାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ସେୟାର କରି କହିଛନ୍ତି ଯେ, ଏହି ସବୁ ସାମଗ୍ରୀକୁ ଯଦି ଖୋଲାରେ ବିକ୍ରି କରାଯାଏ, ତେବେ ଏହା ଉପରେ କୌଣସି ପ୍ରକାର ଜିଏସଟି ଶୁଳ୍କ ଲାଗିବ ନାହିଁ ।

ନିକଟ ଅତୀତରେ ୪୭ ତମ ଜିଏସଟି ପରିଷଦ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଯାହା ଫଳରେ କିଛି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀକୁ ପ୍ୟାକେଟ୍ କରିି ବିକିଲେ ଏହା ଉପରେ ୫ ପ୍ରତିଶତ ଜିଏସଟି ଶୁଳ୍କ ଲାଗିବ ବୋଲି ଘୋଷଣା କରାଯାଇଥିଲା । ତେବେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ରାଜନୀତି ମଧ୍ୟ ଜୋର ଧରିଥିଲା । ବିରୋଧୀ ମାନେ ମଧ୍ୟ ସରକାରର ଏପରି ନିଷ୍ପତ୍ତିକୁ ନିନ୍ଦା କରିଥିଲେ । ଯାହାର ଜବାବରେ, ଖାଦ୍ୟ ପଦାର୍ଥ ଉପରେ ଏପରି କର ଲଗାଯାଉଥିବା ପ୍ରଥମ ଥର କି? ଏପରି କହି ବିରୋଧୀଙ୍କୁ ଓଲଟା ପ୍ରଶ୍ନ କରିଛନ୍ତି ନିର୍ମଳା। ସେ କହିଛନ୍ତି ଯେ, ରାଜ୍ୟ ସରକାର ଜିଏସଟି ନିୟମ ପୂର୍ବରୁ ଖାଦ୍ୟ ପଦାର୍ଥରୁ ଅଧକ ରାଜସ୍ୱ ଆଦାୟ କରୁନଥିଲେ । କେବଳ ପଞ୍ଜାବ କ୍ରୟକର ବାବଦକୁ ଖାଦ୍ୟ ପଦାର୍ଥରୁ ୨ ହଜାର କୋଟିରୁ ଅଧିକ ଟଙ୍କା ସଂଗ୍ରହ କରୁଥିଲେ । ୟୁପିରେ ମଧ୍ୟ ଏହା ୭ ଶହ କୋଟି ଥିଲା ।”

Leave a Reply

Your email address will not be published. Required fields are marked *