ସୃଷ୍ଟି ରହସ୍ୟ, କେମିତି ତିଆରି ହେଲା ବିଶ୍ଵ

ଯେତେବେଳେ ମହାକାଶ ସମ୍ବନ୍ଧୀୟ କିମ୍ବା ବିଶ୍ଵ ସମ୍ବନ୍ଧୀୟ କଥା ଆସେ ସେତେବଳେ ମନ ଭିତରେ କିଛି ପ୍ରଶ୍ନ ସର୍ବଦା ଉଙ୍କିମାରେ କି କେମିତି ତିଆରି ହେଲା ଦୁନିଆ, କେମିତି ତିଆରି ହେଲା ଏତେ ବଡ଼ ବିଶ୍ଵ ଆଉ କେମିତି ତିଆରି ହେଲା ଆମ ପୃଥିବୀ ? ଆମେ ଯେମିତି ପୃଥିବୀ କିମ୍ବା ବିଶ୍ଵ ବିଷୟରେ ଏମିତି କିଛି ଅଜଣା ପ୍ରଶ୍ନକୁ ନେଇ ବ୍ୟାକୁଳିତ ଠିକ୍ ସେହିପରି ବୈଜ୍ଞାନିକମାନେ ମଧ୍ୟ ଏହାର ରହସ୍ୟ ଖୋଜି ଚାଲିଛନ୍ତି। ତେବେ ବୈଜ୍ଞାନିକମାନେ ଏମିତି କିଛି ରହସ୍ୟର ସନ୍ଧାନ ପାଇଛନ୍ତି ଯାହା ସୃଷ୍ଟି ଉତ୍ପତ୍ତିର ମୂଳ କାରଣ ହେବା ସହ ଆମ ପୃଥିବୀ କିଭଳି ତିଆରି ହୋଇଛି, ତାହାର ମଧ୍ୟ ଆଭାସ ଦେଉଛି। ପୃଥିବୀର ମଧ୍ୟ ଭାଗ ବା ଯାହାକୁ କୋର୍ ପଏଣ୍ଟ ଅଫ୍ ୟାର୍ଥ୍ କୁହାଯାଏ, ସେଠାରେ ଏକ ଗର୍ତ୍ତ ରହିଛି ଆଉ ଯାହା ସୃଷ୍ଟି ଉତ୍ପତ୍ତିର ରହସ୍ୟ ଉନ୍ମୋଚନ କରିବାକୁ ଯଥେଷ୍ଟ।

ବୈଜ୍ଞାନକମାନେ ପୃଥିବୀର ଏହି କୋର୍ ପଏଣ୍ଟରୁ ଏକ ବିରଳ ପ୍ରାଥମିକ ଗ୍ୟାସର ସନ୍ଧାନ ପାଇଛନ୍ତି। ଯାହାର ନାଁ ହେଉଛି ହିଲିଅମ୍-୩ । ଏହି ଗ୍ୟାସ ମୁଖ୍ୟତଃ ସୃଷ୍ଟି ବା ବିଶ୍ଵ ତିଆରି ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିବା ସହ ଏହି ଗ୍ୟାସରୁ ପ୍ରଥମେ ତାରକା ମାନଙ୍କ ଉତ୍ପତ୍ତି ହୋଇଥିବା କଥା ମଧ୍ୟ କହିଛନ୍ତି। କୋଟି କୋଟି ବର୍ଷ ଧରି ପୃଥିବୀ ଧିରେ ଧିରେ ବିକଶିତ ହୋଇଛି, ତଥାପି ଏହାର ଗଠନ ପ୍ରକ୍ରିୟା ସମସ୍ତଙ୍କୁ ଚକିତ କରିଛି। ତେବେ ପୃଥିବୀର କୋର୍ ପଏଣ୍ଟ ରେ ତିଆରି ହୋଇଥିବା ଗର୍ତ୍ତ ସୃଷ୍ଟି ସର୍ଜନାପ୍ରକ୍ରିୟା ର କଥା ଦର୍ଶାଉଥିବା ବେଳେ ସୌର ନବକଳେବର କଥା ମଧ୍ୟ କିଛି ଅଂଶରେ ଦର୍ଶାଉଛି।

ବୈଜ୍ଞାନିକ ମାନେ ଚିହ୍ନଟ କରିଥିବା ଏହି ହିଲିୟମ ଗ୍ୟାସର ଏକ ବିରଳ ଆଇସୋଟୋପ ହିଲିୟମ୍-୩ ଚିହ୍ନଟ କରିଛନ୍ତି ଆଉ ଯାହା ପୃଥିବୀ ସୃଷ୍ଟି ହେବା ପରେ ସୌର ନିବୁଲାରୁ ମିଳିଥିଲା। ଆଉ ନାସାର ତଥ୍ୟ ଅନୁଯାୟୀ ଏହି ନିବୁଲା ଧୂଳି ଆଉ ଗ୍ୟାସ ରେ ତିଆରି। ହିଲିୟମ୍-୩ ର କିଛି ଅଂଶ ପୂର୍ବରୁ ମଧ୍ୟମ ଭାଗରେ ଦେଖାଯାଉଥିବା ବେଳେ ଏହାକୁ ମାଣ୍ଟଲ କୁହାଯାଉଥିଲା। ଏହି ହିଲିୟମ୍-୩ ଗ୍ୟାସ ପୃଥିବୀରେ ଗଭୀର ଜଳଭଣ୍ଡାର ଥିବା କଥା ସୂଚାଇ ଥାଏ , ଏବଂ ଯାହାର ପ୍ରଚୁରତା ଏବେବି ଅନିଶ୍ଚିତତା ଭିତରେ ରହିଛି। ତେବେ ସବୁଠୁ ବଡ଼ କଥା ହେଲା ଅନୁସନ୍ଧାନ କାରୀ ମନେ ପ୍ରାରମ୍ଭିକ ଗଠନ ସମୟରେ ହିଲିୟମକୁ ମଡେଲ କରିଥିଲେ, ସେମାନଙ୍କ କହିବା ଅନୁଯାୟୀ ଗ୍ରହମଧ୍ୟରେ ହିଲିୟମ୍ ଜମା ହେଉଥିଲା ଆଉ ଯେତେବେଳେ ଚନ୍ଦ୍ରର ସୃଷ୍ଟି ହେଲା ସେତେବେଳେ ହିଲିୟମ୍ ନଷ୍ଟ ହୋଇଯାଇଥିଲା। ସବୁଠୁ ବଡ଼ କଥା ହେଲା ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି କି ପ୍ରାୟ ୪ ବିଲିଅନ୍ ବର୍ଷ ପୂର୍ବେ ପୃଥିବୀର ଏକ ତୃତୀୟାଂଶ ଆକାରର ଏକ ବସ୍ତୁ ପୃଥିବୀକୁ ଧକ୍କା ଦେଇଥିଲା, ଯାହା ପୃଥିବୀର କ୍ରଷ୍ଟ ପଏଣ୍ଟକୁ ତରଳାଇ ଦେଇଥିଲା। ଆଉ ଯାହା ଫଳରେ ହିଲିୟମର ଅନେକ ଅଂଶକୁ ଖସାଇ ଦେଇଥିଲା। ତେବେ ବୈଜ୍ଞାନିକଙ୍କ ଆକଳନ ଅନୁସାରେ ପ୍ରତିବର୍ଷ ପୃଥିବୀର ଭିତର ଭାଗରୁ ପ୍ରାୟ ୨ କିଲୋଗ୍ରାମ ବିରଳ ଗ୍ୟାସ୍ ହିଲିୟମ୍ -୩ ବାହାରିଥାଏ। ସୃଷ୍ଟି ଗଠନରେ ଏହି ଗ୍ୟାସ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ବୈଜ୍ଞାନିକମାନେ ବିଭିନ୍ନ ଆଧାରରେ ମତ ରଖିଛନ୍ତି।

ପୃଥିବୀର ଗଠନ ସବୁବେଳେ ସଭିଙ୍କୁ ଆଶ୍ଚର୍ଯ୍ୟ କରେ, ଏହି ତଥ୍ୟକୁ ଆପଣାଇବା ସହ ଭୂପୃଷ୍ଠ ଗଭୀରକୁ ଯାଇ ଆହୁରି କିଭଳି ଅଧିକ ତଥ୍ୟ ମିଳିପାରିବ ଏବଂ ସୃଷ୍ଟି ଉତ୍ପତ୍ତିର ରହସ୍ୟକୁ ଭେଦ କରାଯାଇପାରିବ ତାକୁ ନେଇ ଏବେ ବୈଜ୍ଞାନିକମାନଙ୍କ ଉତ୍କଣ୍ଠା ଦ୍ଵିଗୁଣିତ ହୋଇଛି।

You May Also Like

More From Author

+ There are no comments

Add yours