Thu. Oct 15th, 2026

ପୃଥିବୀକୁ ମାଡ଼ ହେବ ଭୂଚୁମ୍ବକୀୟ ଝଡ଼। ଆଜି ପୁଣି ହେବ ସୌର ବିସ୍ଫୋରଣ, ବିସ୍ଫୋରଣ ଫଳରେ ପୃଥିବୀକୁ ମାଡ଼ ହେବ ଭୂଚୁମ୍ବକୀୟ ଝଡ। ଘଣ୍ଟାପ୍ରତି ପ୍ରାୟ ୨୧ ଲକ୍ଷ ୮୫ ହଜାର ୨୦୦ କିଲୋମିଟର ବେଗରେ ଭୂଚୁମ୍ବକୀୟ ଝଡ଼ ଆସିବ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଏମିତି କିଛି ଝଡ଼ର ସାମ୍ନା କରିଛି ପୃଥିବୀ। ତେବେ ଏହି ଝଡ ବେଗ ଅଧିକ ଥିବା ଆକଳନ କରାଯାଇଛି।

ମହାକାଶରେ ସ୍ଥିତି ପରିବର୍ତ୍ତନ ହେଉଛି। ସୌର ମଣ୍ଡଳରେ ମଧ୍ୟ କିଛି ପରିବର୍ତ୍ତନ ହୋଇଛି। ସୌର ମଣ୍ଡଳରେ ସୌର ପ୍ରକ୍ରିୟାରେ ସୂର୍ଯ୍ୟ ଅଧିକ ସକ୍ରିୟ ହେବା ସହ କୋରୋନାଲ ମାସ୍ ଇଜେକ୍ସନ୍ ପ୍ରକ୍ରିୟାରେ ବିସ୍ଫୋରଣ ଘଟୁଥିବା କୋଲକାତାସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଅନ୍ତର୍ଗତ ସେଣ୍ଟର ଫର ଏକ୍ସିଲେନ୍ସିର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହାର ପ୍ରଭାବରେ ପ୍ରଚୁର ଶକ୍ତି ଓ ପ୍ଲାଜମା ପୃଥିବୀରେ ମାଡ଼ ହେବ ।

ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କଣ ଏହି କରୋନାଲ ମାସ୍ ଇଜେକ୍ସନ। ତେବେ ଏହା ହେଉଛି ଏପରି ଏକ ପ୍ରକ୍ରିୟା ଯେଉଁଥିରେ ସୂର୍ଯ୍ୟର ପୃଷ୍ଠ ଦେଶରୁ ଶହ ଶହ କୋଟି ଟନ୍ ଓଜନର ପଦାର୍ଥ ଉଦଗୀରଣ ହେବା ସହ ଏହାର ବେଗ ଅଧିକ ହୋଇଥାଏ। ତେବେ ଏହି ସୌର ବିସ୍ଫୋରଣ ହେବା ପରେ ଏହି ଭୂଚୁମ୍ବକୀୟ ଝଡ ଲକ୍ଷ ଲକ୍ଷ ମାଇଲ ବେଗରେ ପୃଥିବୀକୁ ଆସି ମାଡ଼ କରିବ । ଏହାର ଗତି ସେକେଣ୍ଡ ପିଛା ପ୍ରାୟ ୬୦୦ କିଲୋମିଟର ହେବା ନେଇ ବୈଜ୍ଞାନିକ ମାନେ ଆକଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *