ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ କାହିଁକି ହେଲାନି, ସେ ସମ୍ପର୍କରେ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ‘ଇଣ୍ଡିଆ ଟୁଡ଼େ’ ସହ ଏକ ସାକ୍ଷାତକାରରେ ଶ୍ରୀ ଶାହ କହିଛନ୍ତି, ଆମର କାର୍ଯ୍ୟକର୍ତ୍ତାମାନେ ଓଡ଼ିଆ ଭାଷା, ସଂସ୍କୃତି ଓ ଓଡ଼ିଶାର ଗୌରବ ପାଇଁ ବିଜେପି ଏକା ଲଢ଼ିବାକୁ ଦୃଢ଼ ମତ ଦେଲେ। ଏହା ଆମ କାର୍ଯ୍ୟକର୍ତ୍ତା ଓ ଓଡ଼ିଶାର ଜନତାଙ୍କ ଇଚ୍ଛା ଥିଲା। ସେହି ଅନୁଯାୟୀ ଆମେ ଆଗକୁ ବଢ଼ିଲୁ। ଓଡ଼ିଶାର ଜନତା ମୋଦୀଙ୍କ ନେତୃତ୍ବରେ ଓଡ଼ିଶାର ବିକାଶ ଦାୟିତ୍ବ ଆମକୁ ଦିଅନ୍ତୁ।
ଓଡ଼ିଶାର ଭୋଟର୍ ଦ୍ବନ୍ଦ୍ବରେ ଅଛନ୍ତି ଯେ ବିଜେଡି ଓ ବିଜେପି ପରସ୍ପର ଭିତରେ ଲଢ଼ୁଛନ୍ତି ନା ସାଥୀ ହୋଇ ଅଛନ୍ତି ? ଉତ୍ତରରେ ଶ୍ରୀ ଶାହ କହିଥିଲେ, ଏଥିରେ ଦ୍ବନ୍ଦ୍ବ ଆସିଲା କେଉଁଠୁ? ଆମେ ବିଜେଡି ଓ ନବୀନ ବାବୁଙ୍କ ବିରୋଧରେ ସାମ୍ନାସାମ୍ନି ନିର୍ବାଚନ ଲଢ଼ୁଛୁ। ସେ ବି ଆମ ବିରୋଧରେ ଲଢ଼ୁଛନ୍ତି। ଏଥିରେ ଆଗ, ପଛ କିଛି ନାହିଁ।
You May Also Like
ସାପର ଧମକ୍,ଦଂଶନ କରିବି
July 13, 2024
ମରିବା ପରେ ବି ଅଙ୍ଗଦାନ କରି ଅମର ହୋଇ ରୁହନ୍ତି ଲୋକ:ଯଶୋଦା ମାଆ
June 23, 2024
More From Author
ସାପର ଧମକ୍,ଦଂଶନ କରିବି
July 13, 2024
ଭୁବନେଶ୍ୱର ଯଶୋଦା ମା ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ପାଳିତ
July 13, 2024
+ There are no comments
Add yours