⚫❗⚫
?? ଗଜଲକ୍ଷ୍ମୀ ??
ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରତିବର୍ଷ କୁମାର ପୂର୍ଣ୍ଣମୀଠାରୁ ଗଜଲକ୍ଷ୍ମୀ ପୂଜାର ଆରମ୍ଭ ହୁଏ। ଦେବୀ ଲକ୍ଷ୍ମୀଙ୍କର ବିଭିନ୍ନ ରୂପ ମଧ୍ୟରୁ ଏହି ରୂପ ଗୋଟିଏ। ଏଥିରେ ତାଙ୍କର ଦୁଇ ପାଶ୍ୱର୍ରେ ଦୁଇଟି ଗଜ ବା ହାତୀ ରହି କଳସରେ ଜଳ ଢାଳୁଥାଆନ୍ତି।ଏହି ନାମର ଆଉ ଏକ ତାତ୍ପର୍ଯ୍ୟ ମଧ୍ୟ ଅଛି। ତାହା ହେଉଛି- କୁମାର ପୂର୍ଣ୍ଣିମା ରାତିର ଶେଷ ପ୍ରହରରେ ଦେବୀ ଲକ୍ଷ୍ମୀ ଗଜବାହନରେ ପୃଥିବୀକୁ ଆସନ୍ତି ବୋଲି ତାଙ୍କର ନାମ ଗଜଲକ୍ଷ୍ମୀ ହୋଇଛି। ଏ ଦୃଷ୍ଟିରୁ କୁମାରପୂର୍ଣ୍ଣିମାରେ ଗଜଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। ଚାରିଭୂଜାଧାରିଣୀ ଦେବୀ ଗଜଲକ୍ଷ୍ମୀ ସର୍ବଦା ଲାଲ ରଙ୍ଗର ବସ୍ତ୍ର ପରିଧାନ କରିଥାନ୍ତି । ତାଙ୍କର ଦୁଇ ହାତ ଅଭୟ ତଥା ବରଦ ମୁଦ୍ରାରେ ରହିଥାଏ । ଦେବୀଙ୍କ ଦୁଇପାଖରେ ଦୁଇ ଗଜ ବା ହାତୀ ଦେବୀଙ୍କ ପ୍ରତି ସମର୍ପଣ ଜଣାଇ ଛିଡ଼ା ହୋଇଥାନ୍ତି । ଦେବୀ ଗଜଲକ୍ଷ୍ମୀଙ୍କୁ ପୂଜା କରିବାଦ୍ୱାରା ଗୋସମ୍ପଦ ପ୍ରାପ୍ତି ହୋଇଥାଏ । ଗଜଲକ୍ଷ୍ମୀ ପ୍ରସନ୍ନ ହେଲେ ଭକ୍ତଜନଙ୍କୁ ରାଜକୀୟ ସୁଖ ପ୍ରଦାନ କରିଥାନ୍ତି । ଦେବୀ ଗଜଲକ୍ଷ୍ମୀଙ୍କ ପୂଜାଦ୍ୱାରା ଇନ୍ଦ୍ରଦେବ ସ୍ୱର୍ଗପୁରୀ ଏବଂ ଦେବଲୋକର ସମସ୍ତ ସମ୍ପତ୍ତି ଫେରି ପାଇଥିଲେ ବୋଲି ପୁରାଣରେ ଉଲ୍ଲେଖ ରହିଛି ।
ଦେବୀ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ସହଧର୍ମିଣୀ ଓ ଶକ୍ତି ସୂରୁପା ।ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ସେ ସମୁଦ୍ରଙ୍କର କନ୍ୟା । ଲକ୍ଷ୍ମୀଙ୍କର ବାହାନ ପେଚା, ମତାନ୍ତରେ ହାତୀ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରୁକ୍ମଣୀ ଓ ସତ୍ୟଭାମା ଲକ୍ଷ୍ମୀଙ୍କ ଅବତାର ଭାବେ ପରିଚିତ । ପ୍ରେମ ଏବଂ ପ୍ରଜନନର ଦେବତା କାମଦେବ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୁତ୍ର ଭାବେ ବର୍ଣ୍ଣିତ ହେଇଥାନ୍ତି । ତାଙ୍କର ଚାରିହାତ ଧର୍ମ, କାମନା, ଅର୍ଥ ଓ ମୋକ୍ଷର ପ୍ରତୀକ । ତାଙ୍କୁ ପୂଜାକରିବା ଦ୍ଵାରା ଧର୍ମ, କାମନା, ଅର୍ଥ ଓ ମୋକ୍ଷ ଭାବନାରୁ ମୁକ୍ତ ହୋଇ ଜଣେ ନିର୍ବାଣ ପାଇପାରିବ ।ଭୃଗୁଋଷିଙ୍କ ତପସ୍ୟା ଫଳରେ ସେ ଭାର୍ଗବୀ, ଶ୍ରୀ ଆଦି ରୂପରେ ଅବତୀର୍ଣ୍ଣା ହୋଇଥିଲେ । ଭାରତର କେତେକସ୍ଥାନରେ ଏଥିପାଇଁ ଭୃଗୁକନ୍ୟାରୂପେ ଶୁକ୍ରବାର ଦିନ ଲକ୍ଷ୍ମୀପୂଜା କରାଯାଏ । ଓଡ଼ିଶାରେ ମାର୍ଗଶିର ମାସ ଗୁରୁବାର ଲକ୍ଷ୍ମୀଙ୍କର ପ୍ରିୟପୂଜା ମାଣବସା ପୂଜା ନାମରେ ପ୍ରସିଦ୍ଧ । ଶ୍ରୀଦେବୀ ବା ଲକ୍ଷ୍ମୀ ଶ୍ରୀ ବା ଐଶ୍ୱର୍ଯ୍ୟର ଦେବୀ। ସେ ସୌନ୍ଦର୍ଯ୍ୟ, ସଂପଦ, ଐଶ୍ୱର୍ଯ୍ୟ ଓ ସୌଭାଗ୍ୟର ପ୍ରତୀକ। ପୁରାଣରେ ତାଙ୍କୁ ଶ୍ୱେତଚମ୍ପକ, କଞ୍ଚନପୁଷ୍ପ ବା ହସ୍ତୀଦନ୍ତ ତୁଲ୍ୟ ଶୁଭ୍ର ବୋଲି ବର୍ଣ୍ଣନା କରାଯାଇଛି। ସେ ମଧ୍ୟ ଅସାମାନ୍ୟା ରୂପବତୀ ଓ ଚିରଯୁବତୀ।ସ୍ୱର୍ଗ, ମର୍ତ୍ତ୍ୟ, ଗାଭୀ ଓ ସାଗର ସବୁଠାରେ ଦେବୀ ଲକ୍ଷ୍ମୀ ବିଦ୍ୟମାନା। ତାଙ୍କର ଅନେକ ନାମ। ସ୍ୱର୍ଗରେ ଇନ୍ଦ୍ରଙ୍କର ସଂପତ୍ତି ରୂପେ ସେ ସ୍ୱର୍ଗଲକ୍ଷ୍ମୀ, ଗୃହସ୍ଥଙ୍କ ଗୃହରେ ସେ ଗୃହଲକ୍ଷ୍ମୀ ଏବଂ ରାଜପ୍ରାସାଦରେ ସେ ରାଜଲକ୍ଷ୍ମୀ। ଗୋଧନମାନଙ୍କର ପ୍ରସୂତି ରୂପେ ସେ ସୁରଭି ଏବଂ କ୍ଷୀରସାଗରଙ୍କ କନ୍ୟା ରୂପେ ସେ ପଦ୍ମିନୀ। ଦେବୀ ଲକ୍ଷ୍ମୀ ‘ଶ୍ରୀ’ରୂପିଣୀ। ସେ ଚନ୍ଦ୍ରମଣ୍ଡଳରେ, ଆଭୂଷଣରେ, ରତ୍ନରେ, ଫଳରେ, ସମସ୍ତ ଶସ୍ୟରେ, ବସ୍ତ୍ରରେ, ଦେବ ପ୍ରତିମାରେ, ମଙ୍ଗଳଘଟରେ, ହୀରକରେ, ଚନ୍ଦନରେ ଓ ନୂତନ ମେଘରେ ଶ୍ରୀ ବା ଶୋଭା ରୂପରେ ଅବସ୍ଥାନ କରନ୍ତି। ଏଣୁ ସେ ହିଁ ସକଳ ‘ଶ୍ରୀ’ ବା ଶୋଭାର ଆଧାର। ତେଣୁ ତାଙ୍କର ଅବର୍ତ୍ତମାନରେ ସବୁ ‘ଶ୍ରୀହୀନ’ ହୋଇଯାଏ। ସେଥିପାଇଁ କେବଳ କୁମାର ପୂର୍ଣ୍ଣିମାରେ ଗଜଲକ୍ଷ୍ମୀ ଭାବରେ ବା ମାର୍ଗଶିର ମାସରେ ଶସ୍ୟ (ଧାନ୍ୟ) ଲକ୍ଷ୍ମୀ ଭାବରେ ନୁହେଁ; ସାରା ବର୍ଷ ସେ ସମସ୍ତଙ୍କ ଘରେ ନିତ୍ୟ ପୂଜିତା ହୋଇଥାଆନ୍ତି।
ପଦ୍ମ ଫୁଲସହ ତାଙ୍କର ନିକଟତା ନେଇ ତାଙ୍କର ଅନେକ ନାମ ଅଛି ଯଥା: —
ପଦ୍ମା: ପଦ୍ମରେ ଯେ ବାସ କରନ୍ତି
କମଳା: ପଦ୍ମରେ ଯେ ବାସ କରନ୍ତି
ପଦ୍ମପ୍ରିୟା: ଯେ ପଦ୍ମକୁ ପସନ୍ଦ କରନ୍ତି
ପଦ୍ମାକ୍ଷୀ: ଯାହାର ଆଖି ପଦ୍ମ ପରି ସୁନ୍ଦର
ପଦ୍ମହସ୍ତା: ଯେ ପଦ୍ମ ଧାରଣ କରିଥାନ୍ତି
ପଦ୍ମସୁନ୍ଦରୀ: ଯେ ପଦ୍ମ ପରି ସୁନ୍ଦର
ଅନ୍ୟ ନାମ ଗୁଡିକ ହେଲା:
ବିଷ୍ଣୁପ୍ରିୟା: ଯେ ବିଷ୍ଣୁଙ୍କ ପ୍ରିୟା
ଉଲ୍ଲୁକବାହିନୀ: ଯେ ପେଚା ଉପରେ ବସି ଗମନ କରନ୍ତି
ଧନ, ଶାନ୍ତି ଓ ପ୍ରେମର ପ୍ରତୀକ ହେଉଛନ୍ତି ମାଆ ଲକ୍ଷ୍ମୀ। ଧନ ସମ୍ପତ୍ତି ଓ ବୈଭବର କାମନା ସମସ୍ତେ କରିଥାନ୍ତି । ଏହାକୁ ପାଇବା ଲାଗି ବ୍ୟକ୍ତିବିଶେଷ ଲଗାତାର ପ୍ରୟାସ ଜାରି ରଖିଥାନ୍ତି । ତଥାପି ବେଳେବେଳେ ସବୁ ପ୍ରଚେଷ୍ଟା ସତ୍ୱେ ମଧ୍ୟ ସଫଳତା ମିଳିପାରିନଥାଏ । କୁହାଯାଏ, ମା’ ଲକ୍ଷ୍ମୀଙ୍କ କୃପା ରହିଲେ ଧନ, ଯଶ ଓ ବୈଭବ ଆଦି ମିଳିଥାଏ ।ଶାସ୍ତ୍ରମତେ ଧନର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବାର ସ୍ୱତନ୍ତ୍ର ବିଧି ରହିଛି । ଏହି ବିଧିକୁ ରୀତିନୀତିରେ କରିବା ଦ୍ୱାରା ମା’ଙ୍କ କୃପା ଲାଭ ହୋଇଥାଏ ।
ମାତା ଲକ୍ଷ୍ମୀଙ୍କର ମୂର୍ତ୍ତି ବା ଫଟୋକୁ ଏକ ଖଟୁଲିରେ ରଖି ସାଲୁକନା ଦ୍ୱାରା ସୁସଜ୍ଜିତ କରନ୍ତୁ ପରେ ଖଟୁଲି ନିକଟରେ ଏକ ଧାନକେଣ୍ଡା ଏବଂ ମା’ଙ୍କ ପାଖରେ ରୂପା ଟଙ୍କା ରଖି ପୂଜା କରନ୍ତୁ, ଲୋକକଥାନୁ ଯାୟୀ ଏପରି କଲେ ଘରେ କେବେବି ଧନର ଅଭାବ ପଡିନଥାଏ ।
ମା’ଙ୍କ ଫଟୋକୁ ସବୁବେଳେ ପୋଷାକରେ ଆଚ୍ଛାଦିତ କରି ରଖନ୍ତୁ, ଯାହାଫଳରେ ଘରେ କୌଣସି ଦ୍ରବ୍ୟର ଅଭାବ ହୁଏ ନାହିଁ ।
ଏପରିକି ମାତା ଲକ୍ଷ୍ମୀଙ୍କ ସହ ବିଷ୍ଣୁ ଭଗବାନଙ୍କୁ ଏକାଠି ପୂଜା କଲେ ପରିବାରର ସମସ୍ତ ଦୁଃଖ କଷ୍ଟ ଦୂରେଇ ଯାଇଥାଏ ।
ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ସହ ମା’ ଲକ୍ଷ୍ମୀଙ୍କ ପୂଜା କଲେ ଧନ ସହ ବୁଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ ।
ଧଳା ଓ ଗୋଲାପି ମିଶା କପଡା ପିନ୍ଧିକରି ମା’ଙ୍କ ପୂଜା କଲେ ଅଧିକ ସୁଫଳ ମିଳିଥାଏ ।
ଶ୍ରୀ ଅଷ୍ଟ ଲକ୍ଷ୍ମୀ ସ୍ତୋତ୍ରମ୍
ଆଦିଲକ୍ଷ୍ମି
ସୁମନସ ଵଂଦିତ ସୁଂଦରି ମାଧଵି, ଚଂଦ୍ର ସହୋଦରି ହେମମୟେ
ମୁନିଗଣ ଵଂଦିତ ମୋକ୍ଷପ୍ରଦାୟନି, ମଂଜୁଲ ଭାଷିଣି ଵେଦନୁତେ ।
ପଂକଜଵାସିନି ଦେଵ ସୁପୂଜିତ, ସଦ୍ଗୁଣ ଵର୍ଷିଣି ଶାଂତିୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଆଦିଲକ୍ଷ୍ମି ପରିପାଲୟ ମାମ୍ ॥ ୧ ॥
ଧାନ୍ୟଲକ୍ଷ୍ମି
ଅୟିକଲି କଲ୍ମଷ ନାଶିନି କାମିନି, ଵୈଦିକ ରୂପିଣି ଵେଦମୟେ
କ୍ଷୀର ସମୁଦ୍ଭଵ ମଂଗଳ ରୂପିଣି, ମଂତ୍ରନିଵାସିନି ମଂତ୍ରନୁତେ ।
ମଂଗଳଦାୟିନି ଅଂବୁଜଵାସିନି, ଦେଵଗଣାଶ୍ରିତ ପାଦୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଧାନ୍ୟଲକ୍ଷ୍ମି ପରିପାଲୟ ମାମ୍ ॥ ୨ ॥
ଧୈର୍ୟଲକ୍ଷ୍ମି
ଜୟଵରଵର୍ଷିଣି ଵୈଷ୍ଣଵି ଭାର୍ଗଵି, ମଂତ୍ର ସ୍ଵରୂପିଣି ମଂତ୍ରମୟେ
ସୁରଗଣ ପୂଜିତ ଶୀଘ୍ର ଫଲପ୍ରଦ, ଜ୍ଞାନ ଵିକାସିନି ଶାସ୍ତ୍ରନୁତେ ।
ଭଵଭୟହାରିଣି ପାପଵିମୋଚନି, ସାଧୁ ଜନାଶ୍ରିତ ପାଦୟୁତେ
ଜୟ ଜୟହେ ମଧୁ ସୂଧନ କାମିନି, ଧୈର୍ୟଲକ୍ଷ୍ମୀ ପରିପାଲୟ ମାମ୍ ॥ ୩ ॥
ଗଜଲକ୍ଷ୍ମି
ଜୟ ଜୟ ଦୁର୍ଗତି ନାଶିନି କାମିନି, ସର୍ଵଫଲପ୍ରଦ ଶାସ୍ତ୍ରମୟେ
ରଧଗଜ ତୁରଗପଦାତି ସମାଵୃତ, ପରିଜନ ମଂଡିତ ଲୋକନୁତେ ।
ହରିହର ବ୍ରହ୍ମ ସୁପୂଜିତ ସେଵିତ, ତାପ ନିଵାରିଣି ପାଦୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଗଜଲକ୍ଷ୍ମୀ ରୂପେଣ ପାଲୟ ମାମ୍ ॥ ୪ ॥
ସଂତାନଲକ୍ଷ୍ମି
ଅୟିଖଗ ଵାହିନି ମୋହିନି ଚକ୍ରିଣି, ରାଗଵିଵର୍ଧିନି ଜ୍ଞାନମୟେ
ଗୁଣଗଣଵାରଧି ଲୋକହିତୈଷିଣି, ସପ୍ତସ୍ଵର ଭୂଷିତ ଗାନନୁତେ ।
ସକଲ ସୁରାସୁର ଦେଵ ମୁନୀଶ୍ଵର, ମାନଵ ଵଂଦିତ ପାଦୟୁତେ
ଜୟ ଜୟହେ ମଧୁସୂଦନ କାମିନି, ସଂତାନଲକ୍ଷ୍ମୀ ପରିପାଲୟ ମାମ୍ ॥ ୫ ॥
ଵିଜୟଲକ୍ଷ୍ମି
ଜୟ କମଲାସିନି ସଦ୍ଗତି ଦାୟିନି, ଜ୍ଞାନଵିକାସିନି ଗାନମୟେ
ଅନୁଦିନ ମର୍ଚିତ କୁଂକୁମ ଧୂସର, ଭୂଷିତ ଵାସିତ ଵାଦ୍ୟନୁତେ ।
କନକଧରାସ୍ତୁତି ଵୈଭଵ ଵଂଦିତ, ଶଂକରଦେଶିକ ମାନ୍ୟପଦେ
ଜୟ ଜୟହେ ମଧୁସୂଦନ କାମିନି, ଵିଜୟଲକ୍ଷ୍ମୀ ପରିପାଲୟ ମାମ୍ ॥ ୬ ॥
ଵିଦ୍ୟାଲକ୍ଷ୍ମି
ପ୍ରଣତ ସୁରେଶ୍ଵରି ଭାରତି ଭାର୍ଗଵି, ଶୋକଵିନାଶିନି ରତ୍ନମୟେ
ମଣିମୟ ଭୂଷିତ କର୍ଣଵିଭୂଷଣ, ଶାଂତି ସମାଵୃତ ହାସ୍ୟମୁଖେ ।
ନଵନିଧି ଦାୟିନି କଲିମଲହାରିଣି, କାମିତ ଫଲପ୍ରଦ ହସ୍ତୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଵିଦ୍ୟାଲକ୍ଷ୍ମୀ ସଦା ପାଲୟ ମାମ୍ ॥ ୭ ॥
ଧନଲକ୍ଷ୍ମି
ଧିମିଧିମି ଧିଂଧିମି ଧିଂଧିମି-ଦିଂଧିମି, ଦୁଂଧୁଭି ନାଦ ସୁପୂର୍ଣମୟେ
ଘୁମଘୁମ ଘୁଂଘୁମ ଘୁଂଘୁମ ଘୁଂଘୁମ, ଶଂଖ ନିନାଦ ସୁଵାଦ୍ୟନୁତେ ।
ଵେଦ ପୂରାଣେତିହାସ ସୁପୂଜିତ, ଵୈଦିକ ମାର୍ଗ ପ୍ରଦର୍ଶୟୁତେ
ଜୟ ଜୟହେ ମଧୁସୂଦନ କାମିନି, ଧନଲକ୍ଷ୍ମି ରୂପେଣା ପାଲୟ ମାମ୍ ॥ ୮ ॥
ଫଲଶୃତି
ଶ୍ଲୋ॥ ଅଷ୍ଟଲକ୍ଷ୍ମୀ ନମସ୍ତୁଭ୍ୟଂ ଵରଦେ କାମରୂପିଣି ।
ଵିଷ୍ଣୁଵକ୍ଷଃ ସ୍ଥଲା ରୂଢେ ଭକ୍ତ ମୋକ୍ଷ ପ୍ରଦାୟିନି ॥
ଶ୍ଲୋ॥ ଶଂଖ ଚକ୍ରଗଦାହସ୍ତେ ଵିଶ୍ଵରୂପିଣିତେ ଜୟଃ ।
ଜଗନ୍ମାତ୍ରେ ଚ ମୋହିନ୍ୟୈ ମଂଗଳଂ ଶୁଭ ମଂଗଳମ୍
+ There are no comments
Add yours