ଖରା ଛୁଟି ପାଇଁ ୨୨ରୁ ବନ୍ଦ ରହିବ ହାଇକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ଆସନ୍ତା ମେ’ ୨୨ତାରିଖରୁ ଜୁନ୍ ୨୦ତାରିଖ ପର୍ଯ୍ୟନ୍ତ ହେବ । ତେବେ ଏହି ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି ନିମନ୍ତେ ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କାର୍ଯ୍ୟ କରିବେ ଓ ଏଥିପାଇଁ ଆଜି ହାଇକୋର୍ଟଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଏହି ଛୁଟି ଦିନଗୁଡ଼ିକରେ ଅବକାଶକାଳୀନ ଖଣ୍ଡପୀଠ ମେ’ ୨୩,୨୫,୩୦ ଓ ଜୁନ୍ ୧,୬,୮,୧୨ ଓ ୧୩ତାରିଖରେ ଜରୁରୀମାମଲାର ଶୁଣାଣି କରିବେ ।

You May Also Like

More From Author

+ There are no comments

Add yours