ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ-ଅଧ୍ୟାପିକା ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର AIU-ଏକାଡେମିକ୍ ଏବଂ ଆଡ୍‌ମିନିଷ୍ଟ୍ରେଟିଭ ଡେଭଲପ୍‌ମେଂଟ ସେଂଟର (AIU-AADC)), ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ବିଭାଗ ଓ ଆସୋସିଏସନ୍ ଅଫ୍ ଇନ୍‌ଡିଆନ୍ ୟୁନିଭରସିଟିସ୍ (AIU), ନୂଆଦିଲ୍ଲୀର ମିଳିତ ସହଯୋଗରେ ଆଜିଠାରୁ “ଶିକ୍ଷାଦାନ ଏବଂ ଅନୁସନ୍ଧାନ ପାଇଁ ମୁକ୍ତ ଉତ୍ସ ସଫ୍ଟୱେର୍ ର ଉପାଦେୟତା”ଉପରେ ଅଧ୍ୟାପକ-ଅଧ୍ୟାପିକା ବିକାଶ କାର୍ଯ୍ୟକ୍ରମ (ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ) ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଗୀତାଂଜଳି ଦାଶ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଅଧିବେଶନରେ ବହୁ ବିଶିଷ୍ଟ ଅତିଥି ଏବଂ ବକ୍ତା ଯୋଗ ଦେଇଥିଲେ । ନୂଆଦିଲ୍ଲୀସ୍ଥିତ କଳାନିଧି ଡିଭିଜନ୍‌, ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର (IGNCA)ର ଡିନ୍‌, ନିର୍ଦ୍ଦେଶକ (ଲାଇବ୍ରେରୀ ଏବଂ ସୂଚନା) ଏବଂ ହେଡ୍‌, ଏଂ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା, ନୂଆଦିଲ୍ଲୀ ର ନିର୍ଦ୍ଦେଶକ ପ୍ରଫେସର ରମେଶ ଚନ୍ଦ୍ର ଗୌର ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭରସିଟିସ୍ AIU ର ଅନୁସନ୍ଧାନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ମୁଖ୍ୟ, ଡ. ଅମରେନ୍ଦ୍ର ପାଣି ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । AIU-AADC, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୋଡାଲ ଅଫିସର, ଡକ୍ଟର ମୃତ୍ୟୁଂଜୟ ସ୍ୱାଇଁ ଉଦ୍‌ଘାଟନୀ ସମ୍ମିଳନୀରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ବିଭାଗର ମୁଖ୍ୟ ତଥା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଡ. ଜ୍ୟୋସ୍ନା ସାହୁ ଏହି ସମାରୋହରେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଚାଲିଥିବା କାର୍ଯ୍ୟକ୍ରମର ସହ ସଂଯୋଜକ ଡ. ରାଜକିଶୋର କାମ୍ପା ଏହି ସମାରୋହର ବିଷୟବସ୍ତୁ ବିଷୟରେ ବକ୍ତବ୍ୟ ରଖିଥିଲେ ଏବଂ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଡ. ଜ୍ୟୋସ୍ନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦେଶର ବିଭିନ୍ନ ପ୍ରାନ୍ତରୁ ୬୬ରୁ ଅଧିକ ଅଧ୍ୟାପକ, ଅଧ୍ୟାପିକା ଓ ଲାଇବ୍ରେରୀ ପ୍ରଫେସନାଲ ବୃନ୍ଦ ଚାଲିଥିବା ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ଯାହାକି ୨୬ ଅଗଷ୍ଟ ୨୦୨୩ରେ ଶେଷ ହେବ । ଅତିଥିବୃନ୍ଦ ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟାରେ ଉନ୍ନତି ପାଇଁ ମୁକ୍ତ ଉତ୍ସ ସଫ୍ଟୱେର ଗୁଡ଼ିକର ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

AIU-AADC,, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅନ୍ୟ କର୍ମୀ ବୃନ୍ଦ ଯଥା ଡ. ବନମାଳୀ ଖୁଂଟିଆ, ଡ. ବିଷ୍ଣୁ ଚରଣ ବେହେରା, ଡ. ଶାଶ୍ୱତ ସୌରଭ ମହାପାତ୍ର ଓ ଶ୍ରୀ ଦେସୁଲ ସୁଦର୍ଶନ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାର ବହୁ ସାହାଯ୍ୟ କରିଥିଲେ । ଅର୍ଥନୀତି ବିଭାଗ ଓ ଲାଇବ୍ରେରୀ ଏବଂ ସୂଚନା ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ବହୁ ସାହାଯ୍ୟ କରିଥିଲେ ।

You May Also Like

More From Author

+ There are no comments

Add yours