ରାଜଧାନୀରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ, କ୍ୟାପିଟାଲ ହସ୍ପିିଟାଲରେ ଖୋଲିଲା ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ ସେଣ୍ଟର

ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। କ୍ରମାଗତ ଭାବରେ ବଢ଼ି ବଢ଼ି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି। ଆଜି ସୁଦ୍ଧା ୧୩୧୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ୱାର୍ଡ ଭିତର ଖଟରେ ଯେତିକି ଡେଙ୍ଗୁ ଆକ୍ରାନ୍ତ ଅଛନ୍ତି, ବାରଣ୍ଡାରେ ମଧ୍ୟ ସେତିକି ଶୋଇଛନ୍ତି।

ଅଣାୟତ ହୋଇ ସାରିଥିବାବେଳେ ମଧ୍ୟ ଏ ପ୍ରମୁଖ ହସ୍‌ପିଟାଲରେ ଜଣେହେଲେ ଡେଙ୍ଗୁ ଆକ୍ରାନ୍ତଙ୍କୁ ମଶାରି ଦିଆ ଯାଇନାହିଁ। ତେଣୁ ଡେଙ୍ଗୁ ଆକ୍ରାନ୍ତ ହେବା ଆଶଙ୍କାରେ ଅନ୍ୟ ରୋଗୀମାନେ ଆତଙ୍କିତ ଅଛନ୍ତି। କାରଣ ଡେଙ୍ଗୁ ‌ଆକ୍ରାନ୍ତଙ୍କୁ ମଶା କାମୁଡ଼ି ଅନ୍ୟଜଣଙ୍କୁ କାମୁଡ଼ିଲେ ସେ ମଧ୍ୟ ଆକ୍ରାନ୍ତ ହୋଇଥାଏ।

ଭୁବନେଶ୍ବରରେ ଗତ ୭ ଦିନରେ ୧୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅର୍ଥାତ୍‌ ଦିନକୁ ହାରାହାରି ୨୦ରୁ ୨୧ ନୂଆ ଆକ୍ରାନ୍ତ ଜଣା ପଡ଼ିଛନ୍ତି। ପୂର୍ବରୁ ଏହା ୫୦ ପାଖାପାଖି ଥିଲା। ତେଣୁ ଏବେ ଆକ୍ରାନ୍ତର ହାର କମିଥିବା ରିପୋର୍ଟ କହୁଛି। ଅନ୍ୟପକ୍ଷରେ ଆଜି ମୋଟ୍‌ ଉପରେ ୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ଭୁବନେଶ୍ବରରୁ ୨୧ ଜଣ ରହିଛନ୍ତି। ବାକି ଖୋର୍ଦ୍ଧା ଓ ଅନ୍ୟ ଜିଲ୍ଲାର ଆକ୍ରାନ୍ତ ରହିଛନ୍ତି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ସ୍ଥିତି ଅସମ୍ଭାଳ ହୋଇଥିବାରୁ ଆସନ୍ତାକାଲି ଠାରୁ ଆଉ ୨୦ ବେଡ୍‌‌ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଏବେ ସେଠାରେ ୨୦ଟି ଡେଙ୍ଗୁ ବେଡ୍‌ ଥିବାବେଳେ ଆଉ ୩୦ ଆକ୍ରାନ୍ତଙ୍କ ପାଇଁ ବ୍ୟବସ୍ତା ଥିବା କୁହା ଯାଉଛି।ବିଏମ୍‌ସି ସୂତ୍ରରୁ ପ୍ରକାଶ ଯେ ଆଜି ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ କରିବା ସହ ନଷ୍ଟ କରିବା, ମଶା ତେଲ ପକାଇବା, ଧୂଆଁ ଦେବା, ଘାସକଟା ଭଳି କାର୍ଯ୍ୟକୁ ଗୁରୁତ୍ବ ଦିଆ ଯାଇଛି। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ସଚେତନ କରାଯାଉଥିବା ବେଳେ ଘର ଘର ସଂପର୍କ ଅଭିଯାନ ଚାଲିଛି। ଏଥିରେ ନିୟୋଜିତ କର୍ମଚାରୀମାନେ ପ୍ରତ୍ୟେକ ଦିନ ବିଏମ୍‌ସିକୁ ରିପୋର୍ଟ ଦେଉଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ପାଇଁ ୪ଘଣ୍ଟାରୁ ଅଧିକ ଧାଡ଼ି କରିବାକୁ ପଡ଼ୁଛି। ଏହାକୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରବଳ ଅସନ୍ତୋ‌ଷ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଡେଙ୍ଗୁ ଟେଷ୍ଟ ପାଇଁ ଥିବା ୩ଟି ମେସିନରୁ ଗୋଟିଏ ଖରାପ ହୋଇଯାଇଥିବାରୁ ସୀମିତ ସଂଖ୍ୟାରେ ଡେଙ୍ଗୁ ପରୀକ୍ଷା କରାଯାଉଛି। କ୍ୟାପିଟାଲ ହସ୍ପିଟାଲରେ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ଡେଙ୍ଗୁ ପରୀକ୍ଷା କରାଯାଉଛି। ଏଥିପାଇଁ ନିୟୋଜିତ ୬ ଜଣ ଏଲଟି ଦୈନିକ ପ୍ରାୟ ୫୦୦ ‌ରୋଗୀଙ୍କର ଡେଙ୍ଗୁ ପରୀକ୍ଷା କରୁଛନ୍ତି। ଭୁବନେଶ୍ବର ସମେତ ପୁରୀ, ନୟାଗଡ଼, ଖୋର୍ଦ୍ଧା ତଥା ଅନ୍ୟ ଜିଲ୍ଲାରୁ ରୋଗୀମାାନେ ଡେଙ୍ଗୁ ପରୀକ୍ଷା ଓ ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି। ରୋଗୀମାନେ ପ୍ରଥମେ ଧାଡ଼ିରେ ଆସି ପଞ୍ଜିକରଣ କରୁଛନ୍ତି, ତା’ପରେ ଓପିଡିରେ ଧାଡ଼ି କରୁଛନ୍ତି, ପୁଣି ‌ଲ୍ୟାବ ଟେଷ୍ଟ ପାଇଁ, ପୁଣି ବିଲିଂ ଓ ବାରକୋଡ୍ କରିବା ପାଇଁ ଥରକୁ ଥର ଲମ୍ବ‌ା ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ପରେ ଟେଷ୍ଟ ପାଇଁ ମଧ୍ୟ ଲମ୍ବା ଧ‌ାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିବ‌ାରୁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି

You May Also Like

More From Author

+ There are no comments

Add yours