୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ।

ଶବ୍ଦ ଓଡିଶା ବ୍ୟୁରୋ: ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହାର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ମାଧ୍ୟମରେ ସରକାର ସବୁବର୍ଗର ଲୋକଙ୍କ ଆଶାକୁ ପୂରଣ କରିବାକୁ ପ୍ରୟାସ କରିପାରନ୍ତି । ବିଶେଷକରି ଗରିବଙ୍କ ପାଇଁ ସାମାଜିକ ଜନକଲ୍ୟାଣକାରୀ ଯୋଜନା ଘୋଷଣା କରିବା ସହିତ ମଧ୍ୟବିତ ବର୍ଗର ଲୋକଙ୍କୁ ଟିକସ ରିହାତି ଦେବାର ସମ୍ଭାବନା ରହିଛି ।
ନିର୍ମଳା ସୀତାରମଣ ତାଙ୍କର ପଂଚମ ବଜେଟ୍ ଏଭଳି ସମୟରେ ଉପସ୍ଥାପନା କରିବାକୁ ଯାଉଛନ୍ତି, ଯେତେବେଳେ ପ୍ରାୟ ସମଗ୍ର ବିଶ୍ୱ ତା’ର ଅର୍ଥବ୍ୟବସ୍ଥାକୁ ନେଇ ସଂଘର୍ଷ କରୁଛି । ବଜେଟରେ ଆୟକର ସ୍ଲାବ ପରିବର୍ତନ ଦାବିକୁ ପ୍ରାଧାନ୍ୟ ଦିଆଯାଇପାରେ । ଏହାଦ୍ୱାରା ମଧ୍ୟବିତଙ୍କୁ ଆଶ୍ୱସ୍ତି ମିଳିପାରେ । ଏହାସହିତ ଗରିବଙ୍କ ଉପରେ ସରକାରୀ ଖର୍ଚ୍ଚ ବଢ଼ାଇବା ସହିତ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ଘୋଷଣା କରାଯାଇପାରେ ।

You May Also Like

More From Author

+ There are no comments

Add yours