ଭାରତ-ନ୍ୟୁଜିଲାଣ୍ଡ ଶେଷ ଟି-୨୦ ମ୍ୟାଚ୍, ଅହମଦାବାଦରେ ଖେଳାଯିବ ମ୍ୟାଚ

ଶବ୍ଦ ଓଡିଶା ବ୍ୟୁରୋ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯିବ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ । ମ୍ୟାଚଟି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ୨୧ ରନରେ ଜିତିଥିଲା । ଦ୍ୱିତୀୟ ମୁକାବିଲାରେ ଟିମ୍ ଇଣ୍ଡିଆ ୬ ୱିକେଟରେ ବିଜୟୀ ହୋଇଥିଲା । ଶେଷ ମ୍ୟାଚ୍ ଜିତି ଉଭୟ ଦଳ ସିରିଜ୍ ନିଜ ନିଜ ନାଁରେ କରିବାକୁ ପ୍ରୟାସ କରିବେ ।

ଦ୍ୱିତୀୟ ମ୍ୟାଚରେ ଲକ୍ଷ୍ନୌର ପିଚକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ପିଚ୍ ଏତେ ନିମ୍ନମାନର ହୋଇଥିଲା ଯେ ବ୍ୟାଟରଙ୍କୁ ବ୍ୟାଉଣ୍ଡ୍ରୀ ମାରିବା କଷ୍ଟକର ହୋଇପଡ଼ିଥିଲା । ପିଚ୍ ନିର୍ମାଣରେ ଅବହେଳା କରାଯିବା ଏବଂ ନିମ୍ନମାନର ପିଚ୍ ପ୍ରସ୍ତୁତ କରାଯିବା ଅଭିଯୋଗରେ ଲକ୍ଷ୍ନୌ କ୍ୟୁରେଟରଙ୍କୁ ବରିଷ୍କାର କରାଯାଇଛି । ତେବେ ଅହମଦାବାଦରେ ପିଚ୍ ଉଭୟ ବ୍ୟାଟିଂ ପାଇଁ ଅନୁକୂଳ ହେବ ବୋଲି ଉଭୟ ଦଳର ଖେଳାଳି ଆଶାବାଦୀ ଅଛନ୍ତି ।

You May Also Like

More From Author

+ There are no comments

Add yours