ବଜେଟ ୨୦୨୩-୨୪: କାହାକୁ ପ୍ରାଧନ୍ୟ ଦେବେ କେନ୍ଦ୍ର ସରକାର ଜାଣନ୍ତୁ …

ଶବ୍ଦ ଓଡିଶା ବ୍ୟୁରୋ: କିଛି ସମୟ ପରେ ସଂସଦରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନା ହେବ ବଜେଟ । ତେବେ ବଜେଟରୁ ଅନେକ ଆଶା ରହିଛି । ବଜେଟରେ ଆୟକର ସ୍ଲାବ ପରିବର୍ତନ ଦାବିକୁ ପ୍ରାଧାନ୍ୟ ଦିଆଯାଇପାରେ । ଏହାଦ୍ୱାରା ମଧ୍ୟବିତଙ୍କୁ ଆଶ୍ୱସ୍ତି ମିଳିପାରେ । ଏହାସହିତ ଗରିବଙ୍କ ଉପରେ ସରକାରୀ ଖର୍ଚ୍ଚ ବଢ଼ାଇବା ସହିତ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ପଦକ୍ଷେପ ଘୋଷଣା କରାଯାଇପାରେ । ତେବେ ଏସବୁ ଘୋଷଣା କରିବା ଭିତରେ ରାଜକୋଷ ଉପରେ ଯେପରି କୌଣସି ପ୍ରଭାବ ନପଡ଼ିବ, ସେଥିପ୍ରତି ସୀତାରମଣ ନଜର ଦେବେ । ଗତ କିଛି ସଧ୍ୟରେ ମୁଦ୍ରାସ୍ପୀତି କମିବା ଏବଂ ଟିକସ ପରିମାଣ ଅଧିକ ରହିବା ଦ୍ୱାରା ଆଶ୍ୱସ୍ତି ମିଳିପାରେ ।
କେବଳ ଏତିକି ନୁହେଁ ଆଶା କରାଯାଉଛି କିଛି ଜନମଙ୍ଗଳକାରୀ ଯୋଜନା ଘୋଷଣା ହୋଇପାରେ ।

ମଧ୍ୟବିତ୍ତବର୍ଗର ଲୋକଙ୍କୁ ଟିକସ ରିହାତି ସମ୍ଭାବନା ରହିଛି । ଛୋଟ ବ୍ୟବସାୟୀଙ୍କ ପାଇଁ କିଛିଟା ଟିକସ ରିହାତି ମିଳିପାରେ । ଆୟକର ସୀମା ଅଢେଇ ଲକ୍ଷରର ୫ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇପାରେ । ଷ୍ଟାଣ୍ଡାର୍ଡ ଡିଡକ୍ସନ ୫୦ ହଜାର ପରିବର୍ତ୍ତେ ୧ ଲକ୍ଷ ଟଙ୍କା ହୋଇପାରେ । ସର୍ବୋଚ୍ଚ ଟିକସ ହାର ୩୦ ପରିବର୍ତ୍ତେ ୨୫ ପ୍ରତିଶତ ହ୍ରାସ ସମ୍ଭାବନା ରହିଛି । ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ମିଳିବା ନେଇ ଆଶା କରଯାଉଛି ।

ସେହିଭଳି ଘରୋଇ ଜେଟ୍, ହେଲିକପ୍ଟର ଉପରେ ବଢିପାରେ ଆମଦାନୀ ଶୁଳ୍କ । ଦାମୀ ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଗହଣା ଉପରେ ଆମଦାନୀ ଶୁଳ୍କ ବଢିପାରେ। ଗ୍ରାମୀଣ ନିଯୁକ୍ତି, ଫସଲ ବୀମା, ଗ୍ରାମୀଣ ସଡ଼କ ଓ ଗୃହ ନିର୍ମାଣକୁ ପ୍ରାଧାନ୍ୟ ମିଳିପାରେ । ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇପାରନ୍ତି ସରକାର । ଆର୍ଥିକ ବିକାଶକୁ ମଜବୁତ କରିବା ପାଇଁ ପୁଞ୍ଜି ବ୍ୟୟବରାଦ ବଢାଯାଇପାରେ ।

You May Also Like

More From Author

+ There are no comments

Add yours