ପୁଣି ଥରିଲା ତୁର୍କୀ ।  ୫.୨ ତୀବ୍ରତାର ଭୂମିକମ୍ପ 

ଶବ୍ଦ ଓଡିଶା ବ୍ୟୁରୋ: ପୁଣିଥରେ ତୁର୍କୀରେ ଭୂମିକମ୍ପ । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ତୁର୍କୀରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଛି । ଗଣମାଧ୍ୟମ ରିପୋର୍ଟ ମୁତାବକ, ତୁର୍କୀରେ ସୃଷ୍ଟ ଏହି ଭୂମିକମ୍ପରେ ଅନେକ ଘର କ୍ଷତିଗ୍ରସ୍ତ ହେବା ସହ ୨୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଭୂମିକମ୍ପର କେନ୍ଦ୍ର ମାଲତ୍ୟା ପ୍ରାନ୍ତର ୟେସିଲୁର୍ଟ ସହର ବୋଲି ଜଣାପଡିଛି । ଏହାସହ ଜାପାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି ।

You May Also Like

More From Author

+ There are no comments

Add yours