ଚାକିରି କାଳ ମଧ୍ୟରେ ମିଳିବ ମୋଟ ୭୩୦ଦିନର ଛୁଟି

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକୁଟିଆ ଲାଲନ ପାଳନ କରୁଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଲାଳନପାଳନ ପାଇଁ ଚାକିରି କାଳର ମଧ୍ୟରେ ମିଳିବ ୭୩୦ଦିନ ଛୁଟି । ପିଲାଙ୍କୁ ୧୮ବର୍ଷ ହେବା ଯାଏଁ ଏହୀ ୭୩୦ଦିନର ଛୁଟି ମିଳିବ ।
ପ୍ରଥମ ଦୁଇ ଜ୍ୟେଷ୍ଠ ସନ୍ତାନଙ୍କ ପାଇଁ ଏହି ସୁବିଧା ନେଇପାରିବେ । ଏଥିସହ ଭିନ୍ନକ୍ଷମ ସନ୍ତାନଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ । ପ୍ରଶାସନିକ ସେବା ଅଧିକାରୀ ମଧ୍ୟ ସମାନ ସୁବିଧା ପାଇବେ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ବୁଧବାର ସଂସଦରେ ଏନେଇ ସୂଚନା ଦେଇଛନ୍ତି ।

You May Also Like

More From Author

+ There are no comments

Add yours