Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବସ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ରାଜସ୍ଥାନର ନବଗଠିତ ଡିଡୱାନା-କୁଚାମନ ଜିଲ୍ଲାରେ ଘଟିଛି ଏହି ଘଟଣା।

ମୃତାହତମାନେ ଏକ ଭ୍ୟାନ୍ ଯୋଗେ ସିକରରୁ ନାଗପୁର ଯାଉଥିଲେ। ସେମାନେ ଏକ ବାହାଘରରେ ଯୋଗଦେବା ପାଇଁ ଯାଉଥିବା ବେଳେ ଖୁନ୍‌ଖୁନା ଥାନା ଅନ୍ତର୍ଗତ ବନ୍ଥାଡ଼ି ଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ।

Leave a Reply

Your email address will not be published. Required fields are marked *