ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେପକାଇଥିଲେ। ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି। ଅର୍ଥନୀତିରେ ସମୃଦ୍ଧ ହୋଇଛି। ଓଡ଼ିଶାକୁ ଏବେ ଲକ୍ଷ ଲକ୍ଷ କୋଟି ପୁଞ୍ଜି ଆସୁଛି। ମିଶନ ଶକ୍ତି ଜରିଆରେ ମା’ମାନେ ସମୃଦ୍ଧ ହୋଇଛନ୍ତି। ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଉପଲବ୍ଧ କରାଯାଇଛି। ବିଏସକେୱାଇ ଯୋଜନାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ସହାୟକ ହେଉଛି।
