ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା, ‘ଆସନ୍ତା ବର୍ଷ ମୁଁ ପୁଣିଥରେ ଆସିବି’

ଶବ୍ଦ ଓଡିଶା ବ୍ୟୁରୋ: ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ୧୦ମ ଥର ପାଇଁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୯୦ ମିନିଟର ଭାଷଣରେ , ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ର ଭାବେ ଉଭା କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୋଦୀ । କେବଳ ଏତିକି ନୁହେଁ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସୁଦ୍ଧା ଦେଶ ବିଶ୍ୱର ୫ମ ଅର୍ଥଶକ୍ତି ହୋଇପାରିଛି ଏବଂ ଆଗାମୀ ୫ ବର୍ଷରେ ଭାରତ ବିଶ୍ୱର ତୃତୀୟ ଅର୍ଥଶକ୍ତି ଭାବେ ଉଭା ହେବ । ସବୁଠାରୁ ବଡ କଥା ହେଉଛି ଲାଲକିଲ୍ଲାରୁ ମୋଦୀ କରିଛନ୍ତି ବଡ ଘୋଷଣା । କହିଛନ୍ତି, ଆସନ୍ତା ୪ ବର୍ଷରେ ମଧ୍ୟ ସେ ହିଁ ଏହି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧନ କରିବେ ।

You May Also Like

More From Author

+ There are no comments

Add yours