Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିର ସିଂହଦ୍ବାରରେ ଆଜି ଭକ୍ତମାନେ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି । ଖରାତରାରେ ଲମ୍ବାଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପିଲାଠୁ ବୁଢ଼ା ଧାଡ଼ିରେ ଭିଡ଼ ଭିତରେ ଛିଡ଼ା ହୋଇ ଯନ୍ତ୍ରଣାରେ ଛଟପଟ ହୋଇଛନ୍ତି ।

ପୁରୀରେ ଗତକାଲି ରାତିରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଆଜି ବି ସକାଳୁ ପୁରୀ ସହରରେ ଭିଡ଼ ବଢ଼ିବା ସହ ବଡ଼ଦାଣ୍ଡ ବି ଲୋକାରଣ୍ୟ ହୋଇଯାଇଥିଲା। ସିଂହଦ୍ବାରରେ ବି ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଭକ୍ତ ଲମ୍ବାଧାଡ଼ିରେ ରହି ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ।

Leave a Reply

Your email address will not be published. Required fields are marked *